Saturday, October 10, 2026
24.4 C
Odisha

    ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ରାଜ୍ୟର ଅଧିକାଂଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନିୟମିତ ଭାବେ ସାମ୍ସ ପୋର୍ଟାଲରେ ଛାତ୍ରଛାତ୍ରୀ ଏବଂ ଶିକ୍ଷକଙ୍କ ଉପସ୍ଥାନ ଅପ୍‌ଡେଟ୍‌ କରୁନାହାନ୍ତି। ଇ-ସ୍ପେସ୍ ଲଗ୍‌ଇନ୍ ଜରିଆରେ ସାମ୍ସ ପୋର୍ଟାଲରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକ ଉପସ୍ଥାନ ଅପ୍‌ଡେଟ୍‌ କରୁନଥିବା ଜଣାପଡ଼ିଛି। ଶୈକ୍ଷିକ କାର୍ଯ୍ୟର ତଦାରଖ, ଉତ୍ତରଦାୟିତ୍ବ ସୁନିଶ୍ଚିତ କରିବା ଏବଂ ସଠିକ୍ ଏମ୍‌ଆଇଏସ୍‌ ରିପୋର୍ଟ ସୃଷ୍ଟି ପାଇଁ ଦୈନିକ ଉପସ୍ଥାନ ଅପଡେଟ୍‌ କରିବା ବାଧ୍ୟତାମୂଳକ। ହେଲେ ଏହାକୁ ବହୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁରୁତ୍ବ ଦେଉନାହାନ୍ତି। ଉପସ୍ଥାନ ଅପ୍‌ଡେଟ୍‌ ନହେବା ଦ୍ବାରା ରାଜ୍ୟସ୍ତରରେ ତଦାରଖ, ରିପୋର୍ଟିଂ ଏବଂ ନୀତି ନିର୍ଦ୍ଧାରଣରେ ଗୁରୁତର ସମସ୍ୟା ସୃଷ୍ଟି ହେଉଛି।

    ସୂଚନା ଅନୁଯାୟୀ, ୨୦୨୫ ଜୁଲାଇରୁ ଅକ୍ଟୋବର ମଧ୍ୟରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ (ଏକାଦଶ ଶ୍ରେଣୀ) ଅପ୍‌ଡେଟ୍‌ କରିବାରେ ୨୦୪୮ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବିଫଳ ହୋଇଛନ୍ତି। ସେହିପରି ୧୯୨୫ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏହି ଅବଧି ମଧ୍ୟ‌େ‌ର ଦ୍ବାଦଶଶ୍ରେଣୀ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଅପ୍‌ଡେଟ୍‌ କରିନାହାନ୍ତି। ୨୦୮୧ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକଙ୍କ ଉପସ୍ଥାନ ଅପ୍‌ଡେଟ୍‌ କରିନଥିବା ଜଣାପଡ଼ିଛି। ବାକିଥିବା ଉପସ୍ଥାନ ଅପ୍‌ଡେଟ୍ କାମ ଶେଷ କରିବା ଦିଗରେ ତୁରନ୍ତ ପଦକ୍ଷେପ ନେବା ସହ ନିୟମିତ ଦାଖଲ ସୁନିଶ୍ଚିତ କରିବାକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକର ଅଧ୍ୟକ୍ଷଙ୍କୁ ନିର୍ଦେଶ ଦିଆଯାଇଛି। ଶତପ୍ରତିଶତ ଉପସ୍ଥାନ ତଥ୍ୟ ଦାଖଲ ସୁନିଶ୍ଚିତ କରିବା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ଅଧ୍ୟକ୍ଷମାନଙ୍କ ସହଯୋଗ ଲୋଡ଼ାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.4 ° C
    24.4 °
    24.4 °
    79 %
    1.5kmh
    0 %
    Sat
    24 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ