Thursday, August 13, 2026
27.5 C
Odisha

    ଦିଲ୍ଲୀ ବିସ୍ଫୋରଣ ଘଟଣାରେ ଓଡ଼ିଶା ଲିଙ୍କ୍, ଓଡ଼ିଶାରୁ ଦୁଇ ଜଣଙ୍କୁ ଉଠାଇ ନେଇଛି ଦିଲ୍ଲୀ ପୋଲିସ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଦିଲ୍ଲୀ ବିସ୍ଫୋରଣ ଘଟଣାରେ ଓଡ଼ିଶା ଲିଙ୍କ୍ । ଓଡ଼ିଶାରୁ ଦୁଇ ଜଣଙ୍କୁ ଉଠାଇ ନେଇଛି ଦିଲ୍ଲୀ ପୋଲିସ । ଭଦ୍ରକରୁ ଦୁଇ ଜଣ ମୋବାଇଲ ଦୋକାନୀଙ୍କୁ ଦିଲ୍ଲୀ ସାହିନବାଗ ପୋଲିସ ଉଠାଇ ନେଇଥିବା ସୂଚନା ମିଳିଛି। ଭଦ୍ରକର ଭଣ୍ଡାରିପୋଖରୀ ଓ ବନ୍ତ ଥାନା ଅଞ୍ଚଳରୁ ଦୁଇ ଜଣଙ୍କୁ ଉଠାଇ ନେଇଥିବା ସୂଚନା ମିଳିଛି । ମଞ୍ଜୁରୀରୋଡ୍ ବଜାରରେ ମୋବାଇଲ ଦୋକାନ କରିଥିବା ସନ୍ତୋଷ ଖଣ୍ଡେଇ ଓ ବନ୍ତ ଥାନା ତରାଗୋ ଅଞ୍ଚଳର ତାଙ୍କ ସହଯୋଗୀ ମହେଶ୍ବର ପୁଣ୍ଟିଆଙ୍କୁ ଦିଲ୍ଲୀ ପୋଲିସ ବନ୍ତ ଥାନାକୁ ଆଣି ପଚରାଉଚରା କରିଥିଲା ।

    ପରେ ଉଭୟଙ୍କୁ ଭଦ୍ରକ କୋର୍ଟରେ ହାଜର କରି ରିମାଣ୍ଡରେ ନେଇ ଯାଇଥିବା ସୂଚନା ମିଳିଛି । ଏମାନଙ୍କ ଦୋକାନକୁ ନୂଆ ସିମ କାର୍ଡ କିଣିବାକୁ ଆସୁଥିବା ଗ୍ରାହକଙ୍କ ଆଧାରକାର୍ଡକୁ ଉପଯୋଗ କରି ଏକକାଳୀନ ବହୁ ସିମ ଆକ୍ଟିଭ କରୁଥିଲେ ଏବଂ ସେଥିରୁ ଗୋଟିଏ ସିମ କାର୍ଡ ମୂଳ ଗ୍ରାହକଙ୍କୁ ଦେଉଥିଲେ । ଅନ୍ୟ ଆକ୍ଟିଭ ସିମକୁ ଉଚ୍ଚ ଦାମରେ ବେନାମୀ ଲୋକଙ୍କୁ ବିକ୍ରୟ କରୁଥିଲେ । ଏହି ସିମ କାର୍ଡ ଗୁଡ଼ିକ ଅପରାଧିକ କାର୍ଯ୍ୟରେ ବ୍ୟବହାର ହେଉଥିଲା । ଦିଲ୍ଲୀ ସାହିନବାଗ ଥାନାରେ ଏ ନେଇ ଏକ ମାମଲା ରୁଜୁ ହୋଇଥିଲା । ଅଭିଯୁକ୍ତ ସନ୍ତୋଷ ଠାରୁ ବିକ୍ରି ହୋଇଥିବା ବେଆଇନ ସିମକାର୍ଡ ଜବତ ହୋଇଛି। ଉଭୟଙ୍କ ଆକାଉଣ୍ଟରେ ବିପୁଳ ଟଙ୍କା କାରବାର ହୋଇଥବା ପୋଲିସ ତଦନ୍ତରୁ ଜଣାପଡ଼ିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    27.5 ° C
    27.5 °
    27.5 °
    83 %
    2.4kmh
    100 %
    Thu
    27 °
    Fri
    25 °
    Sat
    25 °
    Sun
    24 °
    Mon
    26 °

    ସମ୍ବନ୍ଧିତ