Saturday, October 31, 2026
21.5 C
Odisha

    ମାଲକାନଗିରି ବନ କର୍ମଚାରୀଙ୍କ ବଡ ଚଢ଼ାଉ; ୩୨୯ଟି କଇଁଛ ଜବତ,୩ ଗିରଫ

    ଆଗକୁ ପଢନ୍ତୁ

    ମାଲକାନଗିରି   :  ମାଲକାନଗିରି ବନ କର୍ମଚାରୀମାନେ ଆଜି ସକାଳେ ପଦ୍ମଗିରି ଛକଠାରେ ଏକ ବୋଲେରୋ ଗାଡ଼ିରୁ ୩୨୯ ଗୋଟି କଇଁଛକୁ ଜବତ କରିବା ସହିତ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାର ସଫଳ ହୋଇଛନ୍ତି।

    ସୂଚନାଯୋଗ୍ୟ ଯେ ଆନ୍ଧ୍ରପ୍ରଦେଶରୁ ଏକ ବୋଲେରୋ ଗାଡ଼ିରେ କଇଁଛ ଭର୍ତ୍ତି କରାଯାଇ ମାଲକାନଗିରି ଜିଲ୍ଲାକୁ ଆସୁଥିବା ବେଳେ ବିଶେଷ ସୂତ୍ରରୁ ସୂଚନା ପାଇ ବନକର୍ମଚାରୀମାନେ ପଦ୍ମଗିରି ଛକ ନିକଟରେ ଜଗି ରହିଥିଲେ। ଗାଡ଼ିକୁ ଯାଞ୍ଚ କରିବା ସମୟରେ ବହୁ ପରିମାଣରେ କଇଁଛ ରହିଥିବା ଦେଖିବାକୁ ମିଳିଥିଲା। ପରେ ଗାଡି ଏବଂ କଇଁଛକୁ ଜବତ କରାଯାଇ ମାଲକାନଗିରି ବନ୍ୟାଞ୍ଚଳକୁ ଅଣାଯାଇଥିଲା। କଇଁଛ ଗୁଡ଼ିକୁ ଗଣତି କରାଯିବା ବେଳେ ୩୦୩ ଟି ଜୀବିତ କଇଁଛ ଏବଂ ୨୬ ଗୋଟି ମୃତ୍ୟୁ କଇଁଛ ପ୍ରାପ୍ତ ହୋଇଥିଲା । ଅର୍ଥାତ୍ ମୋଟ ୩୨୯ ଗୋଟି କଇଁଛ ମିଳିଥିବା ବେଳେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଆନ୍ଧ୍ରପ୍ରଦେଶ ରାଜ୍ୟ ପୋଲାଭରମ ଜିଲ୍ଲା ଅନ୍ତର୍ଗତ ଦେବରପାଲ୍ଲୀ ଗ୍ରାମର ସିଦଲା ରାଜ ରେଡି, ପୋଲାଭରମ ଜିଲ୍ଲା ଅନ୍ତର୍ଗତ ଦେବରପାଲ୍ଲୀ ଗ୍ରାମର ଏନ୍.ଅମର ନାଥ ଏବଂ ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଏମପିଭି-୬୫ ଗ୍ରାମର ରବିନ ମିର୍ଦ୍ଧା ବୋଲି ଜଣା ପଡିଛି। ବର୍ତ୍ତମାନ ଅଭିଯୁକ୍ତମାନଙ୍କୁ ପଚରା ଉଚୁରା ଚାଲିଛି। ପରବର୍ତ୍ତୀ ସମୟରେ କୋର୍ଟ ଚାଲାଣ କରାଯିବ ବୋଲି ମାଲକାନଗିରି ବନାଞ୍ଚଳ ଅଧିକାରୀ ରମେଶ ଚନ୍ଦ୍ର ରାଉତ ପ୍ରକାଶ କରିଛନ୍ତି

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    21.5 ° C
    21.5 °
    21.5 °
    98 %
    1.1kmh
    32 %
    Sat
    28 °
    Sun
    28 °
    Mon
    29 °
    Tue
    28 °
    Wed
    28 °

    ସମ୍ବନ୍ଧିତ