Saturday, October 10, 2026
27.9 C
Odisha

    ମାଲେଗାଓଁ ବିସ୍ଫୋରଣରେ ନିର୍ଦୋଷ ପ୍ରମାଣିତ ହେବାରୁ ପୁରସ୍କୃତ; ଶ୍ରୀକାନ୍ତ ପୁରୋହିତ କର୍ଣ୍ଣେଲ ପାହ୍ୟାକୁ ଉନ୍ନୀତ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ୨୦୦୮ ମାଲେଗାଓଁ ବିସ୍ଫୋରଣ ମାମଲାରେ ନିର୍ଦୋଷରେ ଖଲାସ ହେବାପରେ ଅନ୍ୟତମ ଅଭିଯୁକ୍ତ ତଥା ସ୍ଥଳସେନାରେ କାର୍ଯ୍ୟରତ ଲେଫ୍ଟନାଣ୍ଟ କର୍ଣ୍ଣେଲ ପ୍ରସାଦ ଶ୍ରୀକାନ୍ତ ପୁରୋହିତଙ୍କୁ କର୍ଣ୍ଣେଲ ପାହ୍ୟାକୁ ପଦୋନ୍ନତି ମିଳିଥିବା ଜଣାପଡିଛି। ୨୦୦୮ ସେପ୍ଟେମ୍ବର ୨୯ରେ ମହାରାଷ୍ଟ୍ରର ନାସିକ ଜିଲା ଅନ୍ତର୍ଗତ ମାଲେଗାଓଁରେ ବୋମା ବିସ୍ଫୋରଣ ଘଟି ୬ ଜଣ ପ୍ରାଣ ହରାଇଥିବାବେଳେ ଶତାଧିକ ଆହତ ହୋଇଥିଲେ। ଏହି ଘଟଣାରେ ପୂର୍ବତନ ବିଜେପି ସାଂସଦ ପ୍ରଜ୍ଞା ସିଂହ ଠାକୁର, ଲେଫ୍ଟନାଣ୍ଟ କର୍ଣ୍ଣେଲ ପୁରୋହିତଙ୍କ ସମେତ ମୋଟ ସାତଜଣଙ୍କୁ ଦୋଷୀସାବ୍ୟସ୍ତ କରାଯାଇଥିଲା।

    ତେବେ ଚଳିତବର୍ଷ ଜୁଲାଇ ୩୧ରେ ସ୍ବତନ୍ତ୍ର ଏନଆଇଏ ଅଦାଲତ ପ୍ରମାଣ ଅଭାବରୁ ସବୁ ଦୋଷୀଙ୍କୁ ନିର୍ଦୋଷରେ ଖଲାସ କରିଛନ୍ତି। ନିର୍ଦୋଷ ପ୍ରମାଣିତ ହେବାପରେ ସ୍ଥଳସେନା ପକ୍ଷରୁ ପୁରୋହିତଙ୍କୁ ପୁନଃନିଯୁକ୍ତି ଦିଆଯିବା ସହ କର୍ଣ୍ଣେଲ ପାହ୍ୟାକୁ ପଦୋନ୍ନତି ମିଳିଛି। ଅବଶ୍ୟ ନ୍ୟାୟ ପାଇବାକୁ ପୁରୋହିତଙ୍କୁ ଦୀର୍ଘ ବର୍ଷ ଧରି ଆଇନଗତ ଲଢେଇ ଲଢିବାକୁ ପଡିଥିଲା। ଏହି ଘଟଣାରେ ଖଳାସ ହୋଇଥିବା ଅନ୍ୟ ଦୋଷୀମାନେ ହେଲେ ଅବସରପ୍ରାପ୍ତ ମେଜର ରମେଶ ଉପାଧ୍ୟାୟ, ଅଜୟ ରାହିରକର, ସୁଧାକର ଦ୍ବିବେଦୀ, ସୁଧାକର ଚତୁର୍ବେଦୀ ଓ ସମୀର କୁଲକର୍ଣ୍ଣୀ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.9 ° C
    27.9 °
    27.9 °
    72 %
    1.6kmh
    0 %
    Sat
    25 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ