Monday, March 30, 2026
33.2 C
Odisha

    ମା’ ତାରିଣୀଙ୍କ ପୀଠରେ ଏହି କାରଣରୁ ଜିଭ କାଟିଲେ ଜଣେ ଭକ୍ତ

    ଆଗକୁ ପଢନ୍ତୁ

    କେନ୍ଦୁଝର ଜିଲାର ଘଟଗାଁସ୍ଥିତ ମା’ ତାରିଣୀଙ୍କ ମନ୍ଦିର ସମ୍ମୁଖରେ ଜିଭକୁ ବ୍ଲେଡ୍‌ରେ କାଟି ଦେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ମଙ୍ଗଳବାର ସନ୍ଧ୍ୟାରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ଭକ୍ତ ଜଣକ ହେଲେ ଗଞ୍ଜାମ ଜିଲାର ବିଜୟ ପ୍ରଧାନ(୫୦)। ତାଙ୍କର ଇଚ୍ଛା ପୂରଣ କରିବା ପାଇଁ ପ୍ରଧାନ ଜିଭ ପ୍ରଦାନ କରିଥିଲେ ବୋଲି ଜଣାପଡ଼ିଛି।
    ଏହି ଘଟଣା ପରେ ସେବାୟତ ଏବଂ ମନ୍ଦିର କର୍ମଚାରୀମାନେ ପ୍ରଧାନଙ୍କ ପାଟିରୁ ରକ୍ତ ବାହାରୁଥିବା ଦେଖିଥିଲେ। ସେମାନେ ତୁରନ୍ତ ତାଙ୍କୁ ଚିକିତ୍ସା ପାଇଁ ଘଟଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସ୍ଥାନୀୟ ଲୋକଙ୍କ ସୂଚନାନୁଯାୟୀ, ପ୍ରଧାନ ସେମାନଙ୍କୁ କହିଥିଲେ ଯେ, ସେ ମା’ ତରିଣୀଙ୍କ ଜଣେ ଭକ୍ତ ଏବଂ ତାଙ୍କ ଉପରେ ଅଗାଧ ବିଶ୍ୱାସ ରହିଛି। ଏହି କାର୍ଯ୍ୟ ତାଙ୍କ ପୂଜାପାଠର ଏକ ଅଂଶ ଥିଲା। ଚିକିତ୍ସିତ ହୋଇ ଉକ୍ତ ବ୍ୟକ୍ତି ଡାକ୍ତରଖାନାରୁ ପଳାଇଥିଲେ। ତାଙ୍କ ବିଷୟରେ  ଅଧିକ ସୂଚନା ନାହିଁ । କେହି ରିପୋର୍ଟ ଦେଇ ନାହାନ୍ତି ବୋଲି ଘଟଗାଁ ସବ୍‌ ଡିଭିଜନାଲ ପୋଲିସ ଅଧିକାରୀ ପ୍ରଭାତ ତ୍ରିପାଠୀ କହିଛନ୍ତି। କିନ୍ତୁ ଚିକିତ୍ସା ପରେ ସେ ମେଡିକାଲରୁ ଚାଲି ଯାଇଛନ୍ତି ବୋଲି କହିଛନ୍ତି। ଅନ୍ୟପକ୍ଷରେ ମା’ ତାରିଣୀ ମନ୍ଦିର ଟ୍ରଷ୍ଟବୋର୍ଡ ସମ୍ପାଦକ ସଞ୍ଜୀବ ମହାପାତ୍ର କହିଛନ୍ତି, ରକ୍ତାକ୍ତ ଅବସ୍ଥା ଦେଖି ତାଙ୍କୁ ମନ୍ଦିର କର୍ମଚାରୀମାନେ ମେଡିକାଲ ନେଇ ଯାଇଥିଲେ। ତେବେ ତାଙ୍କ ସମ୍ପର୍କରେ ଆଉ କୌଣସି ଖବର ନାହିଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    33.2 ° C
    33.2 °
    33.2 °
    22 %
    1.2kmh
    97 %
    Mon
    33 °
    Tue
    38 °
    Wed
    39 °
    Thu
    40 °
    Fri
    39 °

    ସମ୍ବନ୍ଧିତ