Tuesday, June 2, 2026
38.2 C
Odisha

    ମିଳୁନି ମୃତଦେହର ପରିଚୟ: ସଠିକ ସୂଚନା ଦେଲେ ମିଳିବ ୨୫ ହଜାର ପୁରସ୍କାର

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ମିଳୁନି ମୃତଦେହର ପରିଚୟ, ପୋଷ୍ଟର ରିଲିଜ୍ କଲା ପୋଲିସ । ମୃତକଙ୍କ ସଠିକ ପରିଚୟ ଦେଲେ ମିଳିବ ୨୫ ହଜାର ଟଙ୍କା ପୁରସ୍କାର ରାଶି । ଏନେଇ କମିଶନରେଟ ପୋଲିସ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ଭୁବନେଶ୍ବର ମଞ୍ଚେଶ୍ବର ରେଳ ଡବା କାରଖାନା ପାଖ ଫୁଟବଲ ପଡ଼ିଆରୁ ମିଳିଥିବା ମୃତଦେହର ପରିଚୟ ଏଯାଏ ମିଳିପାରିନାହିଁ ।

    ଏଥିପାଇଁ କମିଶନରେଟ ପୋଲିସ ପକ୍ଷରୁ ସେହି ମୃତକଙ୍କ ଶରୀରେ ଥିବା କିଛି ସାମଗ୍ରୀକୁ ଆଧାର କରି ମୃତକଙ୍କୁ ଚିହ୍ନଟ ପାଇଁ ପୁରସ୍କାର ରାଶି ଘୋଷଣା କରାଯାଇଛି । ମୃତକଙ୍କ ହାତ ଘଣ୍ଟା, ରୁମାଲ ଓ ବେଲ୍ଟ ସହ ଫୁଲ ପ୍ୟାଣ୍ଟ ଓ ପିନ୍ଧିଥିବା ଜୋତାର ଫଟୋ ଜାରି କରିଛି ପୋଲିସ । ଏସବୁ ଜିନିଷରୁ ମୃତକଙ୍କ ସମ୍ପର୍କରେ ସଠିକ ସୁଚନା ଦେଲେ ୨୫ହଜାର ଟଙ୍କାର ଅର୍ଥରାଶି ପୁରସ୍କାର ରାଶି ଦିଆଯିବ ବୋଲି କମିଶନରେଟ ପକ୍ଷରୁ କୁହାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    38.2 ° C
    38.2 °
    38.2 °
    31 %
    0.9kmh
    37 %
    Tue
    39 °
    Wed
    41 °
    Thu
    41 °
    Fri
    42 °
    Sat
    42 °

    ସମ୍ବନ୍ଧିତ