Tuesday, August 5, 2025
27.3 C
Odisha

    ମୁଁ ବି ମରିଯାଇଥିଲେ ଭଲ ହୋଇଥାନ୍ତା : ମସୁଦ ଆଝାର

    ଆଗକୁ ପଢନ୍ତୁ

    ବାହାଓ୍ବଲପୁର : ପାକିସ୍ତାନର ବିଭିନ୍ନ ସ୍ଥାନରେ ଭାରତର ଆକ୍ରମଣ ଯୋଗୁଁ ବ୍ୟାପକ କ୍ଷୟକ୍ଷତିର ସମ୍ମୁଖୀନ ହୋଇଛି ପାକିସ୍ତାନ । ତେବେ ସବୁଠାରୁ ଅଧିକ କ୍ଷତି ସହିଛନ୍ତି ପାକିସ୍ତାନରେ ଥିବା ବିଭିନ୍ନ ଆକଙ୍କବାଦୀ ସଂଗଠନ । ବିଶେଷ କରି କୁଖ୍ୟାତ ଆତଙ୍କବାଦୀ ମସୁଦ ଆଝାରର ସାରା ସଂସାର ଉଜୁଡ଼ିଯାଇଛି ।

    ଜାତିସଂଘ ଘୋଷିତ ଅନ୍ତର୍ଜାତୀୟ ଆତଙ୍କବାଦୀ ଆଝାର ପରିବାରର ପ୍ରାୟ ୧୦ ଜଣ ସଦସ୍ୟ ମୃତ୍ୟବରଣ କରିଛନ୍ତି । କେବଳ ଏତିକି ନୁହେଁ ଆଝାରର ୪ ଜଣ ସହଯୋଗୀ ମୃତ୍ୟୁବରଣ କରିଛନ୍ତି । ମୃତକଙ୍କ ମଧ୍ୟରେ ରହିଛନ୍ତି ଆଝାରର ଭଉଣୀ ଓ ତାଙ୍କ ପରିବାର, ତା ଭାଇ ହାଜିଫୁଲ୍ଲା ଓ ତାହାର ପରିବାର, ଆଝାରର ସହଯୋଗୀ ଫାଜିଲ୍ ଭାଞ୍ଜେ ଓ ତାହାର ପତ୍ନୀ ମୃତ୍ୟୁବରଣ କରିଛନ୍ତି । ଏହି ଘଟଣାକୁ ନେଇ ଆଝାର ଏତେ ଭାଙ୍ଗିପଡ଼ିଛି ଯେ ସେ କହିଛି ଯେ ଏହି ଆକ୍ରମଣରେ ସେ ନିଜେ ମରିଯାଇଥିଲେ ଭଲ ହୋଇଥାନ୍ତା । ଏସବୁ ମୃତକଙ୍କ ଅନ୍ତିମ ସଂସ୍କାର ଆଜି ଅପରାହ୍ଣରେ ବହାବଲପୁରରେ ହୋଇଛି ।

    ସୂଚନାଯୋଗ୍ୟରେ ୧୯୯୯ ଏୟାର ଇଣ୍ଡିଆ ବିମାନ ଅପହରଣ କାଣ୍ଡ ପରେ ଭାରତ ସରକାର ମାସୁଦ ଆଝାରକୁ ମୁକ୍ତ କରିଥିଲେ । ଏହା ପରେ ସେ ଜୈସ-ଇ-ମହମ୍ମଦ ଆତଙ୍କୀ ସଂଗଠନ ଗଠନ କରି ଭାରତ ଉପରେ ବାରମ୍ବାର ଆକ୍ରମଣ କରିଥିଲା । ୨୦୦୧ ସଂସଦ ଆକ୍ରମଣ, ୨୦୦୭ ଆଜମେର ଦରଘା ବିସ୍ଫୋରଣ, ୨୦୧୬ ପଠାନକୋଟ ଏୟାରବେସ ଆକ୍ରମଣ, ୨୦୧୬ ଉରି ଆର୍ମିବେସ୍ ଆକ୍ରମଣ, ୨୦୧୯ ପୁଲଓ୍ବାମା ଆକ୍ରମଣ ପଛରେ ମାସୁଦ ଆଝାର ମାଷ୍ଟରମାଇଣ୍ଡ ଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.3 ° C
    27.3 °
    27.3 °
    74 %
    1.3kmh
    90 %
    Tue
    27 °
    Wed
    34 °
    Thu
    31 °
    Fri
    29 °
    Sat
    31 °

    ସମ୍ବନ୍ଧିତ