Saturday, April 11, 2026
37.2 C
Odisha

    ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ସ୍ୱାସ୍ଥ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଏବେ ଧିରେ ଧିରେ ରାଜ୍ୟରେ ବଣ୍ଟାଯାଉଛି କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ମିଳିତ କାର୍ଡ ଆୟୁଷ୍ମାନ କାର୍ଡ ତଥା ବୟୋବନ୍ଦନା କାର୍ଡ। ଆଉ ଏହି କାର୍ଡ ପାଇଁ ବିଶେଷ କିଛି ଯୋଗ୍ୟତାର ଆବଶ୍ୟକତା ନାହିଁ। ପ୍ରାୟ ଅଧିକାଂଶ ଲୋକ ଏହି କାର୍ଡର ଲାଭ ପାଇପାରିବେ। ଆଉ ଏହି ପରିପ୍ରେକ୍ଷୀରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ବାପା ମୀନକେତନ ମହାଲିଙ୍ଗଙ୍କୁ ମଧ୍ୟ ମିଳିଛି ଏହି ଯୋଜନାର କାର୍ଡ। ଯାହାର ସୂଚନା ଦେଇଛନ୍ତି ନିଜେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ।

    ସ୍ୱାସ୍ଥ୍ୟାମନ୍ତ୍ରୀଙ୍କ ବାପା ମୀନକେତନ ମହାଲିଙ୍ଗ ହେଉଛନ୍ତି ଜଣେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ। ଏବଂ ସେ ସ୍ୱାସ୍ଥ୍ୟକାର୍ଡ ପାଇବାକୁ ଯୋଗ୍ୟ। ତେଣୁ ସ୍ୱାସ୍ଥ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହାସହ ୭୦ ବର୍ଷରୁ ଅଧିକ ବୟସ୍କ ଯୋଗ୍ୟ ହିତାଧିକାରୀ ଏହି ଯୋଜନାର ଲାଭ ଉଠାଇବାକୁ କାର୍ଡ ଡାଉନଲୋଡ କରନ୍ତୁ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । କେବଳ ସେତିକି ନୁହେଁ ମୁକେଶ କହିଛନ୍ତି ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ସହ ରାଜ୍ୟରେ ଲାଗୁ ହୋଇଥିବା ଆୟୁଷ୍ମାନ ବୟୋ-ବନ୍ଦନା ଯୋଜନା ଅଧୀନରେ ୭୦ ବର୍ଷରୁ ଉର୍ଦ୍ଧ୍ବ ସମସ୍ତ ବରିଷ୍ଠ ନାଗରିକଙ୍କୁ ମିଳିବ ସ୍ୱାସ୍ଥ୍ୟବୀମା।

    ମୁଁ ନିଜେ ରାଜ୍ୟ ସରକାରଙ୍କ ମନ୍ତ୍ରୀମଣ୍ଡଳରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ସଂସଦୀୟ ବ୍ୟାପାର ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗର ଦାୟିତ୍ୱରେ ଥାଇ ମଧ୍ୟ ମୋ ବାପା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ମୀନକେତନ ମହାଲିଙ୍ଗ ବୟୋ-ବନ୍ଦନା ଯୋଜନା ଅଧୀନରେ ସ୍ବାସ୍ଥ୍ୟସେବା ପାଇବା ପାଇଁ ଯୋଗ୍ୟ ହୋଇଥିବାରୁ ଆଜି ସେ ଏହି ଯୋଜନାରେ ପଞ୍ଜୀକରଣ କରାଇ ତାଙ୍କର ସ୍ୱାସ୍ଥ୍ୟ କାର୍ଡ ଡାଉନଲୋଡ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.2 ° C
    37.2 °
    37.2 °
    13 %
    4kmh
    0 %
    Sat
    38 °
    Sun
    41 °
    Mon
    42 °
    Tue
    43 °
    Wed
    43 °

    ସମ୍ବନ୍ଧିତ