Friday, September 26, 2025
27.9 C
Odisha

    ମୁଣ୍ଡଳିରେ ପହଞ୍ଚିଲା ହୀରାକୁଦ ପାଣି

    ଆଗକୁ ପଢନ୍ତୁ

    କଟକ : ମୁଣ୍ଡଳିରେ ପହଞ୍ଚିଲା ହୀରାକୁଦ ପାଣି । ସକାଳ ୭ ଟା ସୁଦ୍ଧା ମୁଣ୍ଡଳୀ ଦେଇ ୫ ଲକ୍ଷ ୩୦ ହଜାର ୬୩୮ ହଜାର କ୍ୟୁସେକ ବନ୍ୟାଜଳ ପ୍ରବାହିତ ହେଉଛି । ଧିରେ ଧିରେ ଜଳସ୍ତର ବୃଦ୍ଧି ହେବାରେ ମଧ୍ଯ ଲାଗିଛି । ମୁଣ୍ଡଳୀ ମହାନଦୀ ଉପର ମୁଣ୍ଡରେ ୮୮.୨୦ ଫୁଟ୍ ଏବଂ ତଳ ମୁଣ୍ଡରେ ୮୫.୭୦ ଫୁଟ ଜଳସ୍ତର ରହିଛି । ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା ମୁତାବକ ଜଳସ୍ତର ବୃଦ୍ଧି ପାଇଲେ ତଳିଆ ଅଞ୍ଚଳ କାଠଯୋଡି, କୁଆଖାଇ, ଦୟା ଆଦି ଅନେକ ନଦୀ କୂଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ଉପୁଜିପାରେ ।

    ସେପଟେ ଉପରମୁଣ୍ଡରେ ବର୍ଷା ବଢ଼ିବା ଫଳରେ ହୀରାକୁଦରୁ ମୋଟ ୨୦ ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି । ୩ ଲକ୍ଷ ୬୦ ହଜାର କ୍ୟୁସେକ ଜଳ ନିଷ୍କାସିତ ହେଉଛି । ସମ୍ଭାବ୍ୟ ବର୍ଷା ଓ ବନ୍ୟା ସ୍ଥିତିର ମୁକାବିଲା ଆଜି ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ୧୮ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ସମ୍ଭାବ୍ୟ ବର୍ଷା ଓ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତି ସମ୍ବନ୍ଧରେ ଆଲୋଚନା କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ଆବଶ୍ୟକ ପଡ଼ିଲେ ଅଗ୍ନିଶମ ସେବା ଓ ଓଡ୍ରାଫ ଟିମଗୁଡ଼ିକୁ ନିୟୋଜିତ କରିବାକୁ କୁହାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.9 ° C
    27.9 °
    27.9 °
    82 %
    2.1kmh
    67 %
    Fri
    29 °
    Sat
    27 °
    Sun
    29 °
    Mon
    28 °
    Tue
    27 °

    ସମ୍ବନ୍ଧିତ