Wednesday, April 8, 2026
24.2 C
Odisha

    ମୃତ୍ୟୁ ଦଣ୍ଡକୁ ଇରାନ ପ୍ରଧାନ ବିଚାରପତିଙ୍କ ଗୁରୁତ୍ୱ, ଦ୍ରୁତ ବିଚାର ଓ ମୃତ୍ୟୁଦଣ୍ଡ ପ୍ରସ୍ତାବ ଦେଲେ ଇରାନର ପ୍ରଧାନ ବିଚାରପତି

    ଆଗକୁ ପଢନ୍ତୁ

    ଇରାନରେ ଚାଲିଥିବା ବିକ୍ଷୋଭ ଓ ଅଶାନ୍ତି ମଧ୍ୟରେ ଦେଶର ପ୍ରଧାନ ବିଚାରପତି ଗୋଲାମହୋସେନ୍ ମୋହସେନି ବିକ୍ଷୋଭକାରୀଙ୍କ ବିରୋଧରେ ଦ୍ରୁତ ବିଚାର ଓ ମୃତ୍ୟୁଦଣ୍ଡ ପ୍ରଦାନର ପ୍ରସ୍ତାବ ଦେଇଛନ୍ତି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଉପରେ ଆକ୍ରମଣ ଧମକ ଦେବା ଓ ବିକ୍ଷୋଭକାରୀଙ୍କୁ ତୁରନ୍ତ ସହାୟତା ମିଳିବ ବୋଲି ଘୋଷଣା ପରେ ପ୍ରଧାନ ବିଚାରପତି ଏଭଳି ମତ ରଖିଛନ୍ତି। ପ୍ରଧାନ ବିଚାରପତି କହିଛନ୍ତି ଯେ ବିକ୍ଷୋଭକାରୀଙ୍କ ବିରୋଧରେ ‘ଦ୍ରୁତ ଓ କଡ଼ା ବିଚାର’ ଆବଶ୍ୟକ ଏବଂ ଏହା ଦ୍ୱାରା ଦେଶରେ ଶାନ୍ତି ପୁନଃସ୍ଥାପନ ହେବ। ସେ ଆହୁରି କହିଛନ୍ତି ଯେ ଯେଉଁମାନେ ଦେଶ ବିରୋଧରେ ଯୁଦ୍ଧ ଘୋଷଣା କରିଛନ୍ତି ସେମାନଙ୍କୁ ଦ୍ରୁତ ମୃତ୍ୟୁଦଣ୍ଡ ଦେବାକୁ ନିଷ୍ପତ୍ତି ହୋଇଛି। ଏହି ବୟାନ ପରେ ବିକ୍ଷୋଭକାରୀମାନେ ଆହୁରି ଉତ୍ତେଜିତ ହୋଇଛନ୍ତି ଏବଂ ତେହେରାନ୍, ଇସ୍ଫହାନ୍, ଶିରାଜ୍ ଓ ମାଶହାଦ୍ ଭଳି ସହରଗୁଡ଼ିକରେ ହିଂସା ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ସରକାରୀ ବାହିନୀ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ୩ ଶହରୁ ଅଧିକ ସ୍ଥାନରେ ସଂଘର୍ଷ ହୋଇଛି। ସିଧା ଗୁଳିବର୍ଷଣ, ଟିୟର ଗ୍ୟାସ୍ ଓ ଅନ୍ୟ ଦମନମୂଳକ କାର୍ଯ୍ୟ ଯୋଗୁଁ ଏହି ମୃତ୍ୟୁ ସଂଖ୍ୟା ଉଦ୍ବେଗଜନକ ଭାବେ ବଢ଼ିଚାଲିଛି।
    ଏହି ପରିସ୍ଥିତି ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସରକାରଙ୍କୁ କଡ଼ା ଚେତାବନୀ ଦେଇ କହିଛନ୍ତି ଯେ ଇରାନରେ ହିଂସା ବନ୍ଦ ନହେଲେ ଆମେରିକା କଡ଼ା ପଦକ୍ଷେପ ନେବ ଏବଂ ଇରାନର ନେତୃତ୍ୱକୁ ଦାୟୀ କରାଯିବ। ଏହା ସହ ଟ୍ରମ୍ପ ଇରାନର ବିକ୍ଷୋଭକାରୀଙ୍କୁ ସମର୍ଥନ ଦେବାକୁ ଘୋଷଣା କରିବା ଦ୍ବାରା ସମଗ୍ର ଇରାନ ଏବେ ବାରୁଦ ଗଦାରେ ରହିଛି।
    ଇରାନ ସରକାର ଟ୍ରମ୍ପଙ୍କ ବୟାନକୁ ବିଦେଶୀ ହସ୍ତକ୍ଷେପ ବୋଲି କହି ଖଣ୍ଡନ କରିଛନ୍ତି ଏବଂ ବିକ୍ଷୋଭକୁ ଦମନ କରିବା ଜାରି ରଖିଛନ୍ତି। ଦେଶରେ ଇଣ୍ଟରନେଟ୍ ସେବା ବନ୍ଦ ରହିଛି, ସୋସିଆଲ୍ ମିଡ଼ିଆ ବ୍ଲକ୍ ହୋଇଛି ଏବଂ ଅନେକ ସ୍ଥାନରେ କର୍ଫ୍ୟୁ ଲାଗିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.2 ° C
    24.2 °
    24.2 °
    77 %
    1.5kmh
    0 %
    Wed
    39 °
    Thu
    37 °
    Fri
    39 °
    Sat
    39 °
    Sun
    42 °

    ସମ୍ବନ୍ଧିତ