Thursday, January 23, 2025
20.4 C
Odisha

    ମୃତ ବ୍ୟକ୍ତିଙ୍କ ସହ ଯୌନ ସମ୍ପର୍କ ରଖିବାକୁ ଦୁଷ୍କର୍ମ କୁହାଯିବ ନାହିଁ: ହାଇକୋର୍ଟ

    ଆଗକୁ ପଢନ୍ତୁ

    ଦୁଷ୍କର୍ମକୁ ନେଇ ଏକ ବଡ଼ ଶୁଣାଣି କରିଛନ୍ତି ଛତିଶଗଡ଼
    କୋର୍ଟ । ମୃତଦେହ ସହ ଶାରୀରିକ ସମ୍ପର୍କ ସ୍ଥାପନ କରିବାକୁ ଦୁଷ୍କର୍ମ କୁହାଯିବ ନାହିଁ । ଛତିଶଗଡ଼ ହାଇକୋର୍ଟ ଏନେଇ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଜଣେ ମୃତ ବ୍ୟକ୍ତିଙ୍କ ସହ ଯୌନ ସମ୍ପର୍କ ସ୍ଥାପନ କରିବା ଆଇନ ଅଧିନରେ ଦୁଷ୍କର୍ମ ବୋଲି ଗ୍ରହଣଯୋଗ୍ୟ ହେବ ନାହିଁ ବୋଲି କୋର୍ଟ କହିଛନ୍ତି । ହାଇକୋର୍ଟର ମୁଖ୍ୟ ବିଚାରପତି ରମେଶ ସିହ୍ନା ଓ ଜଷ୍ଟିସ ବିଭୁ ଦତ୍ତ ଗୁରୁଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ଶୁଣାଣିଛନ୍ତି ।ଭାରତୀୟ ପେନାଲ କୋଡ (ଆଇପିସି) ଓ ପ୍ରୋଟେକ୍ସନ ଅଫ୍ ଚିଲଡ୍ରେନ ଫ୍ରମ୍ ସେକ୍ସୁଆନ ଅଫେନ୍ସେସ (ପୋକସୋ) ଆକ୍ଟ ସେହି କ୍ଷେତ୍ରରେ ଲାଗୁ ହେବ, ଯେତେବେଳେ ପୀଡ଼ିତ ଜୀବିତ ଥିବେ ବୋଲି କୋର୍ଟ କହିଛନ୍ତି । କୋର୍ଟ ପୁଣି କହିଛନ୍ତି ଯେ, ଅଭିଯୁକ୍ତ ଦ୍ୱାରା ଏକ ମୃତଦେହ ସହ ଦୁଷ୍କର୍ମ କରାଯିବା ଅପରାଧ (ନେକ୍ରୋଫିଲିଆ) ହେଉଛି ସବୁଠାରୁ ଭୟଙ୍କର କ୍ରାଇମ୍ । କିନ୍ତୁ ବର୍ତ୍ତମାନର ସବୁଠାରୁ ବଡ଼ ପ୍ରସଙ୍ଗ ହେଉଛି ଯେ, ଏକ ମୃତଦେହ ସହ ଦୁଷ୍କର୍ମ ଅପରାଧ କରିବା ପରେ ବି ଆଜି ପର୍ଯ୍ୟନ୍ତ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇ ପାରିନାହିଁ ।
    ଏହି ମାମଲାଟି ଦୁଇଜଣ ପୁରୁଷ ନୀତିଶ ଯାଦବ ଓ ନୀଲ କାନ୍ଥ ନାଗେଶଙ୍କ ସହ ଜଡ଼ିତ, ଯେଉଁମାନେ କି ଜଣେ ମାଇନରଙ୍କୁ ଦୁଷ୍କର୍ମ କରିବା ସହ ହତ୍ୟା କରିଥିଲେ । ଯାଦବ ଦୁଷ୍କର୍ମ, ହତ୍ୟା ଓ ଅପହରଣ ମାମଲାରେ ଆଜୀବନ କାରାଦଣ୍ଡାଦେଶ ପାଇଥିବା ବେଳେ ନାଗେଶ ପ୍ରମାଣ ନଷ୍ଟ କରିବା ନେଇ ଟ୍ରାଏଲ କୋର୍ଟଙ୍କ ଦ୍ୱାରା ଅଭିଯୁକ୍ତ ସାବ୍ୟସ୍ତ ହୋଇଥିଲେ । ତେବେ ଯାଦବ ଅନ୍ୟ ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ତାଙ୍କ ଉପରୁ କୋର୍ଟ ଦୁଷ୍କର୍ମ ଅଭିଯୋଗକୁ ହଟାଇ ନିର୍ଦ୍ଦୋଷ ସାବ୍ୟସ୍ତ କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    20.4 ° C
    20.4 °
    20.4 °
    29 %
    1.6kmh
    2 %
    Thu
    20 °
    Fri
    33 °
    Sat
    32 °
    Sun
    32 °
    Mon
    32 °

    ସମ୍ବନ୍ଧିତ