Friday, April 10, 2026
37.1 C
Odisha

    ମେଟ୍ରୋ ପ୍ରକଳ୍ପ ବାତିଲ ହୋଇନି, ସାମୟିକ ଭାବେ ସ୍ଥଗିତ ରହିଛି: ନଗର ଉନ୍ନୟନ ମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ଭୁବନେଶ୍ବରରେ ମେଟ୍ରୋ ପ୍ରକଳ୍ପ ନେଇ ନଗର ଉନ୍ନୟନ ମନ୍ତ୍ରୀ ପ୍ରତିକ୍ରିୟା ଦେଇଛନ୍ତି । ବାତିଲ ହୋଇନି ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ, ସାମୟିକ ଭାବେ ସ୍ଥଗିତ ରଖାଯାଇଛି । ମୁଖ୍ୟମନ୍ତ୍ରୀ କେଉଁଠି ମନା କରିନାହାନ୍ତି, ପ୍ରକଳ୍ପ ମୁଖ୍ୟମନ୍ତ୍ରୀଙ୍କ ବିଚାରଧୀନ ରହିଥିବା କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଆଜି ନ ହେଲେ କାଲି ମେଟ୍ରୋର ଆବଶ୍ୟକତା ରହିଥିବା ମନ୍ତ୍ରୀ କହିଛନ୍ତି । ଏଥିପାଇଁ ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ଗଠନ କରାଯାଇଛି । କେଉଁ ଉପାୟରେ ମେଟ୍ରୋ ପ୍ରକଳ୍ପ ହେବେ ସେନେଇ ଅନୁଧ୍ୟାନ କରାଯାଉଛି । ଏବେ ଯାହା ହେବ କେନ୍ଦ୍ର ସରକାରଙ୍କ ସହାୟତା ଓ ସହଯୋଗରେ ହେବ ବୋଲି ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି ।

    ପୂର୍ବରୁ ପ୍ରକଳ୍ପକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କୁ ଚିଠି ଲେଖିଥିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ । ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ମଧ୍ୟ କେନ୍ଦ୍ର ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କୁ ଚିଠି ଲେଖି କେନ୍ଦ୍ରର ହସ୍ତକ୍ଷେପ ଲୋଡ଼ିଥିଲେ । ଅନ୍ୟପଟେ ମେଟ୍ରୋ ପ୍ରକଳ୍ପ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ନେଇ ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରତିକ୍ରିୟା ଦେଇଛନ୍ତି ଯେ, ସବୁପ୍ରକଳ୍ପ ଲାଭପାଇଁ କରାଯାଏ ନାହିଁ l କିଛି ପ୍ରକଳ୍ପ ବୃହତର ଜନସ୍ୱାର୍ଥକୁ ନଜରରେ ରଖି କରାଯାଏ l ମୁଖ୍ୟମନ୍ତ୍ରୀଙ୍କ ସହିତ ବିସ୍ତୃତ ଭାବରେ ଆଲୋଚନା ପରେ ଚିଠି ଲେଖିଛି l ସେ ମୋତେ ଆଶ୍ୱାସନା ଦେଇଛନ୍ତି, କେନ୍ଦ୍ର ସହିତ ଆଲୋଚନା କରି ପଦକ୍ଷେପ ନେବେ l

    ଏହା ମଧ୍ୟ କହିଛନ୍ତି, ଦରକlର ପଡିଲେ କେନ୍ଦ୍ର ସହିତ ଆଲୋଚନା କରିବି । କେମିତି ପ୍ରକଳ୍ପ ପାଇଁ ଅର୍ଥ ଆସିବ ସେନେଇ ଆଲୋଚନା କରିବି । ୩୪ଟି ସହରରେ ମେଟ୍ରୋ ପ୍ରକଳ୍ପ ଅଛି l ଭୁବନେଶ୍ୱର କାହିଁକି ବାଦ ପଡିବ ବୋଲି ସେ ପ୍ରଶ୍ନ କରିଛନ୍ତି । ମେଟ୍ରୋ ପ୍ରକଳ୍ପ ହେଲେ ଛାତ୍ରଛତ୍ରୀ, ବୃତ୍ତିଗତ, ସାଧାରଣଲୋକ ସମସ୍ତେ ଉପକୃତ ହେବେ l ୨୦ ଲକ୍ଷ ଲୋକଙ୍କ ପାଇଁ ସ୍ୱର ଉଠାଇବା ସହିତ ବିଭିନ୍ନ ପ୍ରକାର ବ୍ୟବସ୍ଥା କରିବା ସାଂସଦ ଭାବରେ ଦାୟିତ୍ୱ ବୋଲି ସେ କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.1 ° C
    37.1 °
    37.1 °
    18 %
    4.3kmh
    0 %
    Fri
    38 °
    Sat
    39 °
    Sun
    41 °
    Mon
    42 °
    Tue
    43 °

    ସମ୍ବନ୍ଧିତ