Wednesday, June 10, 2026
32 C
Odisha

    ଜମୁଛି ଚଡ଼କ ପର୍ବ; ୭୦ହଜାର ଟପିଲା ଭକ୍ତଙ୍କ ସଂଖ୍ୟା

    ଆଗକୁ ପଢନ୍ତୁ

    ଜମୁଛି ବିଶ୍ୱ ପ୍ରସିଦ୍ଧ ଚନ୍ଦନେଶ୍ବର ଚଡକ ପର୍ବରେ ଗୁରୁବାର ଥିଲା ପଞ୍ଚମ ଅର୍ଘ୍ୟ । ଅର୍ଘ୍ୟରେ ଉପବୀତଧାରୀ ଭକ୍ତଙ୍କ ସଂଖ୍ୟା ୭୦ହଜାର ଟପିଥିଲା । ସୁରକ୍ଷା ଦୃଷ୍ଟିରୁ ପୁଲିସ ପ୍ରଶାସନ ପକ୍ଷରୁ ୨୧ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା । ବିଶେଷକରି ଅର୍ଘ୍ୟଦାନ ସମୟରେ ପ୍ରବେଶ ଓ ପ୍ରସ୍ଥାନ ସମୟରେ ଅଧିକ ଧସ୍ତାଧସ୍ତି ହୋଇଥାଏ । ଏଥିପାଇଁ ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିଥିଲା ।ଏହାଛଡ଼ା ଷଷ୍ଠ ଅର୍ଘ୍ୟରେ ସକାଳେ ଶ୍ରୀଜିଉଙ୍କ ଦୈନନ୍ଦିନ ନୀତିକାନ୍ତି ଓ ମନ୍ଦିର ପରିକ୍ରମା ଶେଷ ପରେ ଏବେ ଶାନ୍ତି ଶୃଙ୍ଖଳା ସହ ଅର୍ଘ୍ୟଦାନ ଶେଷ ହୋଇଛି । ଆଜିଠାରୁ ଭକ୍ତଙ୍କ ସଂଖ୍ୟା ଆହୁରି ବଢ଼ିପାରେ । ବିଶେଷକରି ଏହି ପର୍ବ ପାଇଁ ଓଡିଶା ସମେତ ପଶ୍ଚିମବଙ୍ଗ, ବିହାର ଓ ଝାଢ଼ଖଣ୍ଡ ଆଦି ରାଜ୍ୟର ଭକ୍ତ ମାନେ ଆସିଥାନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    32 ° C
    32 °
    32 °
    44 %
    1.6kmh
    71 %
    Wed
    32 °
    Thu
    43 °
    Fri
    40 °
    Sat
    41 °
    Sun
    41 °

    ସମ୍ବନ୍ଧିତ