Saturday, April 4, 2026
29 C
Odisha

    ମେଳି ପରେ ଦେବାଶିଷଙ୍କ ସଫେଇ, ଦଳକୁ ଯୁବପିଢ଼ି ହିଁ ଆଗେଇନେବେ

    ଆଗକୁ ପଢନ୍ତୁ

    ନେତାଜୀ ଜୟନ୍ତୀ ଅବସରରେ ଛାତ୍ର ଯୁବ ବିଜେଡି ପକ୍ଷରୁ ମଶାଲ ଶୋଭାଯାତ୍ରା ଆୟୋଜନ ଓ ପରେ ପରେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କ ରାଜାବଗିଚାସ୍ଥିତ ଘରେ ବିଧାୟକ ଓ ପୂର୍ବତନ ବିଧାୟକଙ୍କ ମେଳି ଘଟଣାକୁ ନେଇ ବିଜେଡି ରାଜନୀତିରେ ଚର୍ଚ୍ଚା ଜୋର ଧରିଛି | ଏହି କାର୍ଯ୍ୟକ୍ରମରେ ସହର ବାହାରର ବହୁ ନେତା ସାମିଲ ହୋଇଥିବା ବେ‌ଳେ ମେୟର ସୁବାସ ସିଂହ, ଚୌଦ୍ବାର-କଟକ ବିଧାୟକ ‌ସୌଭିକ ବିଶ୍ବାଳ, ପୂର୍ବତନ ବିଧାୟକ ‌ପ୍ରଭାତ ରଂଜନ ବିଶ୍ବାଳଙ୍କ ଭଳି ଅନେକ ଆଗଧାଡ଼ିର ନେତାଙ୍କୁ ଦେଖିବାକୁ ମିଳିନଥିଲେ।

    ମଶାଲ ଶୋଭାଯାତ୍ରା ପରେ ରାଜାବଗିଚାରେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କ ଘରେ ବାଙ୍କୀ ବିଧାୟକ ଦେବୀରଂଜନ ତ୍ରିପାଠୀ, ପୁରୀ ବିଧାୟକ ତଥା ସ୍ବର୍ଗତ ମହେଶ୍ବର ମହାନ୍ତିଙ୍କ ପୁଅ ସୁନୀଲ ମହାନ୍ତି, ସଦରର ପୂର୍ବତନ ବିଧାୟକ ଚନ୍ଦ୍ରସାରଥି ବେହେରା, ପିପିଲିର ପୂର୍ବତନ ବିଧାୟକ ରୁଦ୍ରପ୍ରତାପ ମହାରଥୀ, ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ବିଜୟଶ୍ରୀ ରାଉତରାୟଙ୍କ ପୁଅ ବିଷ୍ଣୁବ୍ରତ ରାଉତରାୟ, ପାରାଦୀପର ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ, ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ, ପୂବର୍ତନ ବିଧାୟକ ଅଂଶୁମାନ ମହାନ୍ତି, ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ପୁତୁରା ଆଦିତ୍ୟ ପ୍ରତାପ ସ୍ବାଇଁ, ଜୀବନ ବିନ୍ଦୁର ପୂର୍ବତନ ସଂଯୋଜକ ରଂଜନ ବିଶ୍ବାଳ, ଛାତ୍ରନେତା ଆସିଫ ଅମିନ୍‌ ପ୍ରମୁଖ ଉପସ୍ଥିତ ଥିଲେ।

    ତେବେ ଏନେଇ ଦେବାଶିଷ କହିଛନ୍ତି ଯେ ଦଳକୁ ଯୁବପିଢ଼ି ହିଁ ଆଗେଇନେବେ | ଏହିମାନଙ୍କ ଉପରେ ଦଳ ନିର୍ଭର କରିବା କଥା | ନବୀନଙ୍କ ସ୍ବପ୍ନ ସାକାର ପାଇଁ ଏମାନେ ହିଁ ମଙ୍ଗ ଧରିବେ | ଏହି ପିଢ଼ି ଦଳକୁ ଟେକଓଭର କଲେ ହିଁ ଦଳ ଆଗେଇବ |

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    29 ° C
    29 °
    29 °
    35 %
    0.8kmh
    84 %
    Sat
    38 °
    Sun
    36 °
    Mon
    38 °
    Tue
    38 °
    Wed
    38 °

    ସମ୍ବନ୍ଧିତ