Friday, April 3, 2026
39.1 C
Odisha

    ମୋଡ଼ିଫାଏଡ ସାଇଲେନ୍ସର ଲଗାଇ ବିକଟାଳ ଶବ୍ଦ କରୁଥିଲା ବାଇକ୍, ସାଇଲେନ୍ସରେ ରୋଲର ଚଢାଇଦେଲା ପୋଲିସ

    ଆଗକୁ ପଢନ୍ତୁ

    ଭଦ୍ରକ : ରାସ୍ତାରେ ଶୁଣିବାକୁ ମିଳିବନି ସାଇଲେନ୍ସରର ଢୋ ଢା ଶବ୍ଦ । ଯେଉଁ ଶବ୍ଦରେ ଛାତି ଥରି ଉଠୁଥିଲା । ପୁରା ପରିବେଶ କମ୍ପୁଥିଲା । ବିରକ୍ତ ହୋଇ ଉଠୁଥିଲେ ଗାଡ଼ି ଚାଳକ ସହ ଉପସ୍ଥିତ ଲୋକେ । ଆଜିକାଲି ମୋଡି ଫାୟାଡ଼ ସାଇଲେନ୍ସର ଏକ ପ୍ରକାର ଟ୍ରେଣ୍ଡ ପାଲଟିଗଲାଣି । ବେଶ୍ ଉତ୍ସାହର ସହ ଯୁବପିଢ଼ି ମାନେ ନିଜ ମୋଟର ସାଇକେଲରେ ଲଗାଉଛନ୍ତି ମୋଡି ଫାୟାଡ଼ ସାଇଲେନ୍ସର। କିନ୍ତୁ ରାସ୍ତାରେ ସବୁ ଗାଡ଼ି ମୋଟରର ପେ ପାଁ ଶବ୍ଦ ଭିତରେ ଏହି ସାଇଲେନ୍ସରର ଶବ୍ଦ ଭାରି ଅଜବ ଶୁଣାଯାଏ । ଖାଲି ଯେ ବିକଟାଳ ଶୁଭେ ତା ନୁହେଁ ଏହି ଶବ୍ଦରେ କାନ ଫାଟି ପଡ଼ିଲା ପରି ଲାଗେ । ଆଉ ଛାତି ବହୁତ ଜୋରରେ ଧକ୍ ଧକ୍ ହୋଇଥାଏ । ଯାହା ହୃଦରୋଗୀ ପାଇଁ ବିପଦଜନକ । କେତେ ବେଳେ ଯେ କିଛି ଅଘଟଣ ଘଟିପାରେ ସେକଥା କେହି କହିପାରିବେନି। ଏସବୁକୁ ଦୃଷ୍ଟିରେ ରଖି ପୋଲିସ ନେଇଛି କଡ଼ା ପଦକ୍ଷେପ ।

    ହଁ ଆଜ୍ଞା, ମୋଡ଼ିଫାଏଡ ସାଇଲେନ୍ସର ଲଗାଇ ବିକଟାଳ ଶବ୍ଦ କରୁଥିଲା ବାଇକ୍ । ବାଇକକୁ ଜବତ କରି ସାଇଲେନ୍ସର କାଢିଦେଲା ପୁଲିସ୍ । ଏହା ସହ ଜରିମାନା ଲଗାଇଛି ପୋଲିସ । ଏବେ ଜବତ ମୋଡ଼ିଫାଏଡ ସାଇଲେନ୍ସର ଉପରେ ରୋଲର ଚଢାଇ ନଷ୍ଟ କରିଛି ପୋଲିସ । ମୋଡି ଫାୟାଡ଼ ସାଇଲେନ୍ସର ବ୍ୟବହାର କରୁଥିବା ଅମାନିଆ ମୋଟର ସାଇକେଲ ଆରୋହୀଙ୍କ ପାଇଁ କଡା ଚେତାବନୀ। ଥାନା ପରିସରରେ ରୋଲର ଚଢାଇ ଭଙ୍ଗାଗଲା ପ୍ରାୟ ୨୫୦ ରୁ ଅଧିକ ଜବତ ହୋଇଥିବା ମୋଡି ଫାୟାଡ଼ ସାଇଲେନ୍ସର । ଏଭଳି ଘଟଣା ଦେଖା ଯାଇଛି ଭଦ୍ରକ ଟାଉନ ଥାନା ପରିସରରେ ।

    ଗତ କିଛି ମାସ ହେବ ଭଦ୍ରକ ସହରରେ କେତେକ ଅମାନିଆ ମୋଟର ସାଇକେଲ ଆରୋହୀ ନିଜ ନିଜ ମୋଟର ସାଇକେଲ ଓ ବୁଲେଟ ଗାଡିରେ ମୋଡି ଫାୟାଡ଼ ସାଇଲେନ୍ସର ଲଗାଇ ଭଦ୍ରକ ସହରାଞ୍ଚଳ ଗାଡି ଚଳାଉଥିଲେ । ଫଳରେ ସେହି ସାଇଲେନ୍ସରରେ ବାହାରୁ ଥିବା ବିକଟାଳ ଶବ୍ଦ ଯୋଗୁଁ ସହରରେ ଶବ୍ଦ ପ୍ରଦୂଷଣ ବଢିବା ସହିତ ଅନେକ ଲୋକ ଏହି ବିକଟାଲ ଶବ୍ଦ ଶୁଣି ଭୟଭୀତ ହୋଇ ଯାଉଥିଲେ । ତେଣୁ ଭଦ୍ରକ ଏସପି ଙ୍କ ନିର୍ଦେଶ କ୍ରମେ ଭଦ୍ରକ ଟାଉନ ପୋଲିସ ପକ୍ଷରୁ ଗତ ଏକ ମାସ ହେଲା ଏହି ମୋଡି ଫାୟାଡ଼ ସାଇଲେନ୍ସର ଲଗା ଗାଡି ଗୁଡିକୁ ଅଟକାଇ ସେଥିରୁ ସାଇଲେ ନ୍ସର ବାହାର କରାଯାଇଥିଲା । ଏହି ଏକ ମାସ ମଧ୍ୟରେ ପ୍ରାୟ ୨୫୦ ରୁ ଅଧିକ ସାଇଲେନ୍ସର ଜବତ କରାଯାଇଥିଲା । ତାକୁ ଆଜି ଥାନା ପରିସରରେ ରୋଲର ଚଢାଇ ନଷ୍ଟ କରାଯାଇଥିଲା।

    ତେବେ ମୋଡି ଫାୟାଡ଼ ସାଇଲେନ୍ସର ଲଗାଉଥିବା ଅମାନିଆ ମୋଟର ସାଇକେଲ ଆରୋହୀ ମାନଙ୍କ ପାଇଁ ଏକ କଡା ସନ୍ଦେଶ ବୋଲି ଟାଉନ ଥାନା ଅଧିକାରୀ କହିବା ସହିତ ମୋବାଇଲରେ କଥା ହୋଇ ଗାଡି ଚଳାଉଥିବା ଏବଂ ଏପରି ସାଇଲେନ୍ସର ଲଗାଇ ଗାଡି ଚଲାଉଥିବା ବ୍ୟକ୍ତିଙ୍କ ବିରୋଧ ଆଗାମୀ ଦିନରେ ଆହୁରି ଅଧିକ କଡା ପଦକ୍ଷେପ ନିଆଯିବ ବୋଲି ସୂଚନା ଦେଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    39.1 ° C
    39.1 °
    39.1 °
    16 %
    4.5kmh
    41 %
    Fri
    38 °
    Sat
    39 °
    Sun
    37 °
    Mon
    39 °
    Tue
    38 °

    ସମ୍ବନ୍ଧିତ