Thursday, September 17, 2026
30.6 C
Odisha

    ମୋତି ଭଳି ଚମକିବ ଦାନ୍ତ , ବାସ ଜାଣି ରଖନ୍ତୁ ଏହି ଉପାୟ

    ଆଗକୁ ପଢନ୍ତୁ

    ପ୍ରାୟତଃ ଆମେ ଦିନସାରା ବିଭିନ୍ନ ପ୍ରକାରର ଜିନିଷ ଖାଇଥାଉ। ଯାହାଦ୍ୱାରା ଆମ ଦାନ୍ତର ରଙ୍ଗ ହଳଦିଆ ପଡ଼ିଯାଏ । ଏହି ପରିସ୍ଥିତିରେ, କାହା ଆଗରେ କଥା ହେବା କିମ୍ବା ଖୋଲିକି ହସିବାରେ ମଧ୍ୟ ଲାଜ ଲାଗେ । ଏପରି ପରିସ୍ଥିତିରେ, ଜଣେ ବ୍ୟକ୍ତି ଦାନ୍ତ ସଫା କରିବା ପାଇଁ ବିଭିନ୍ନ ଉପାୟ ଆପଣେଇ ଥା’ନ୍ତି। କିନ୍ତୁ ବାରମ୍ବାର ଦନ୍ତ ଚିକିତ୍ସକଙ୍କ ପାଖରେ ଦାନ୍ତ ସଫା କରିବା ଦ୍ୱାରା ଦାନ୍ତର ମାଢି ଦୁର୍ବଳ ହୋଇଯାଏ। ଏପରି ପରିସ୍ଥିତିରେ, ଏହି ଘରୋଇ ଉପଚାର ମାଧ୍ୟମରେ ଜଣେ ବ୍ୟକ୍ତି ନିଜ ଦାନ୍ତକୁ ମୋତି ପରି ଚମକାଇପାରିବେ। ଏଥିପାଇଁ ଆପଣଙ୍କୁ କଣ କରିବାକୁ ପଡିବ ଆସନ୍ତୁ ଜାଣିବା …

    ପାଉଁଶରେ ସୋରିଷ ତେଲ ସହିତ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହା ପରେ ପ୍ରତିଦିନ ସକାଳେ ଏବଂ ସନ୍ଧ୍ୟାରେ ନିମ କାଠି ସାହାଯ୍ୟରେ ଦାନ୍ତରେ ଘଷନ୍ତୁ। ଏହି ଉପାୟ ଦାନ୍ତର ହଳଦିଆପଣ ଦୂର କରିବାରେ ସାହାଯ୍ୟ କରେ। କହିବାକୁ ଗଲେ ପୂର୍ବରୁ ଗାଁର ବୟସ୍କ ଲୋକମାନେ ଏହି ଉପାୟରେ ଦାନ୍ତ ସଫା କରୁଥିଲେ।

    ତୁଳସୀ ପତ୍ରକୁ ପେଶୀ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ ଏବଂ ସକାଳେ ଏବଂ ସନ୍ଧ୍ୟାରେ ବ୍ରଶ୍ କିମ୍ବା ନିମ କାଠି ସାହାଯ୍ୟରେ ଦାନ୍ତରେ ଲଗାନ୍ତୁ। ତୁଳସୀରେ ଥିବା ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ଦାନ୍ତକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ ଏବଂ ଦାନ୍ତରୁ ମଇଳା ଏବଂ ହଳଦିଆପଣ ଦୂର କରିବାରେ ସାହାଯ୍ୟ କରେ।

    ଦାନ୍ତର ହଳଦିଆପଣ କମ କରିବା ପାଇଁ ଲେମ୍ବୁ ଏକ ଭଲ ଉପଚାର। ଆପଣ ଦାନ୍ତରେ ଲୁଣ ସହିତ ଲେମ୍ବୁ ରସ ଲଗାଇପାରିବେ। ଲେମ୍ବୁର ଆଣ୍ଟିସେପ୍ଟିକ୍ ଗୁଣ ଦାନ୍ତକୁ ସୁସ୍ଥ ରଖିଥାଏ ଏବଂ ହଳଦିଆପଣ କମ କରିପାରିବ। ଏହା ସହିତ, ଯଦି ଜଣେ ବ୍ୟକ୍ତି ଲେମ୍ବୁ ପାଣି ଏବଂ ଲୁଣର ଦ୍ରବଣ ତିଆରି କରି ସକାଳେ ଏବଂ ସନ୍ଧ୍ୟାରେ ବ୍ରଶରେ ଦାନ୍ତ ଘଷନ୍ତି, ତେବେ ଦାନ୍ତ ମୋତି ପରି ଚମକଦାର ହେବ। ତେବେ ଏହି ପାଣିରେ କୁଳି କରିବା ଦ୍ୱାରା ପାଟିରୁ ଦୁର୍ଗନ୍ଧ ମଧ୍ୟ କମିଯାଏ।

    ଆପଣ ଯଦି ମୋତି ଭଳି ଚମକ ଚାହୁଁଛନ୍ତି ତେବେ ଏହି ଉପାୟ ଆପଣେଇ ପାରିବେ। କିନ୍ତୁ ଏହି ପଦ୍ଧତି ସବୁଦିନ କରନ୍ତୁ ନାହିଁ କାରଣ ବାରମ୍ବାର କରିବା ଦ୍ୱାରା ଏହା ଆପଣଙ୍କ ମାଢିକୁ ଅଧିକ କ୍ଷତି ପହଞ୍ଚାଇ ପାରେ । ତେଣୁ କୌଣସି ଘରୋଇ ଉପଚାର କରିବା ବେଳେ ସାବଧାନ ରୁହନ୍ତୁ । ଏହା ସହିତ ଏହି ଉପଚାର ଗ୍ରହଣ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    30.6 ° C
    30.6 °
    30.6 °
    69 %
    1.4kmh
    36 %
    Thu
    31 °
    Fri
    32 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ