Friday, October 2, 2026
30.6 C
Odisha

    ମୋଦୀ ବିରୋଧୀ ଦଳରେ ବସିଲେ ମୋ ତପସ୍ୟା ସଫଳ ହେବ: କଂଗ୍ରେସ ନେତା ପବନ ଖେରାଙ୍କ ‘ସ୍ୱପ୍ନ’

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: କଂଗ୍ରେସ ନେତା ପବନ ଖେରା ତାଙ୍କର ନୂଆ ସ୍ୱପ୍ନ ସମ୍ପର୍କରେ ପ୍ରକାଶ କରିଛନ୍ତି। ଯେଉଁଥିରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବିରୋଧୀ ଦଳରେ ବସିଥିବାର ଦେଖିବାକୁ ଚାହୁଁଛନ୍ତି। ମୋଦୀଙ୍କୁ ସେହି ପ୍ରକାରର ‘ଅପମାନ’ ଭୋଗିବା ସେ ଦେଖିବାକୁ ଚାହୁଁଛନ୍ତି ଯାହା ବିରୋଧୀ ନେତାମାନେ ଗତ ୧୦ ବର୍ଷ ଧରି ଭୋଗୁଛନ୍ତି।  ସେ କହିଛନ୍ତି ଯେ, ୨୦୨୯ ପୂର୍ବରୁ ମୋଦୀଙ୍କୁ ବିରୋଧୀ ଦଳରେ ବସିଲେ ହିଁ ତାଙ୍କର ତପସ୍ୟା ସଫଳ ହେବ।

    ବିରୋଧୀ ଦଳର ନେତାମାନେ ଗତ ୧୦ ବର୍ଷ ଧରି ଯେଉଁ ପ୍ରକାରର ‘ଅପମାନ’ ସହ୍ୟ କରିଆସୁଛନ୍ତି, ସେହି ପ୍ରକାରର ‘ଅପମାନ’ ମୋଦୀଙ୍କୁ ସହ୍ୟ କରିବାକୁ ହେବାର ସେ ଦେଖିବାକୁ ଆଶା ରଖିଥିବା କହିଛନ୍ତି। ମୁଁ ଆଶାବାଦୀ ଯେ ଏହି ‘ତପସ୍ୟା’ ସଫଳ ହେବ ଏବଂ ତାହା ମଧ୍ୟ ୨୦୨୯ ପୂର୍ବରୁ।

    ପବନ ଖେରା ଏଏନଆଇର ସ୍ମିତା ପ୍ରକାଶଙ୍କ ସହ ଏକ ପଡକାଷ୍ଟରେ ତାଙ୍କ ସ୍ୱପ୍ନ ବିଷୟରେ କଥା ହୋଇଥିଲେ। ସେ କହିଥିଲେ, ଏବେ ମୁଁ ରାଜ୍ୟସଭା ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁନାହିଁ।  ମୋର ଏକ ସ୍ୱପ୍ନ ଅଛି। ନରେନ୍ଦ୍ର ମୋଦୀ ବିରୋଧୀ ଦଳରେ ବସିବା ଉଚିତ୍।

    ତାଙ୍କୁ ପରାସ୍ତ ନକରି, ମୁଁ ଭାବୁନାହିଁ ଯେ ମୋ ‘ତପସ୍ୟା’ ସଫଳ ହେବ। ସେ ଅବସର ନେଇେ କ’ଣ ଲାଭ? ତାଙ୍କୁ ବିରୋଧୀ ଦଳରେ ବସିବାକୁ ପଡିବ। ଗତ ୧୦ ବର୍ଷ ମଧ୍ୟରେ ଆମେ ଏବଂ ଆମର ନେତାମାନେ ଯେଉଁ ଅପମାନ ସହିଛୁ, ତାଙ୍କୁ ସେହି ସମସ୍ତ ଅପମାନ ସହ୍ୟ କରିବାକୁ ପଡ଼ିବ। ଏହା ମୋର ସ୍ୱପ୍ନ ବୋଲି ଖେରା କହିଛନ୍ତି।

    ଯେତେବେଳେ ସ୍ମିତା ପ୍ରକାଶଙ୍କୁ ପଚାରିଲେ ଯେ, ଆପଣଙ୍କ ଦଳର କୌଣସି ବରିଷ୍ଠ ନେତା ଏପରି ସ୍ୱପ୍ନ ଦେଖିବାର କହି ନାହାନ୍ତି। ଖେରା ସ୍ପଷ୍ଟ ଭାବରେ ଉତ୍ତର ଦେଇଥିଲେ, ମୁଁ ସେହି ଲୋକଙ୍କ ପରି ବଡ଼ ହୃଦୟର ନୁହେଁ।ଅମିତ ଶାହ ଏବଂ ଯୋଗୀ ଆଦିତ୍ୟନାଥଙ୍କ ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ସେ କହିଥିଲେ, ସେ ବିଚରାମାନେ ନିଜ ନିଜ ମଧ୍ୟରେ ଲଢ଼ୁଛନ୍ତି। ତାଙ୍କୁ ପଚରାଯାଇଥିଲା, ଆପଣ କେବଳ ମୋଦୀଙ୍କୁ ଅପମାନିତ  ହେବାର ଦେଖିବାକୁ ଚାହୁଁଛନ୍ତି, ଅମିତ ଶାହ କିମ୍ବା ଯୋଗୀଙ୍କୁ ନୁହେଁ?” ଖେରା ଉତ୍ତର ଦେଇଥିଲେ, ମୋଦୀ ପ୍ରଧାନମନ୍ତ୍ରୀ। ଏହି ବିଚରାମା‌ନେ ନିଜ ନିଜ ମଧ୍ୟରେ ଲଢ଼ୁଛନ୍ତି, ସେମାନେ ପରସ୍ପର ସହିତ ଯାହା କରିବାର ଅଛି କରିବେ। ଏହା କହି ଖେରା ଉଚ୍ଚ ସ୍ବରରେ ହସିଥିଲେ।

    ପବନ ଖେରା ବିଜେପିରେ ଅନ୍ତର୍ଦ୍ୱନ୍ଦ୍ୱ  ଜାରି ରହିଥିବା କହିଥିଲେ। ସେ କହିଥିଲେ, ‘ଅଟଳ ଜୀଙ୍କ କ’ଣ ହେଲା?’ ୨୦୦୪ ପରେ ଅଟଳ ଜୀଙ୍କ ସହିତ କ’ଣ ଘଟିଥିଲା? ଦଳ ଭିତରେ ସବୁକିଛି ଚାଲିଥିଲା। ମୋଦୀଙ୍କ କ୍ଷେତ୍ରରେ ସେଭଳି ୨୦୨୯ ପୂର୍ବରୁ ଘଟିବ। ମୁଁ ଭାବୁନାହିଁ ଯେ, ଦେଶର ଲୋକମାନେ ୨୦୨୯ ପର୍ଯ୍ୟନ୍ତ ଅପେକ୍ଷା କରିବେ। ଏବେ ଖେରାଙ୍କ ଏହି ମନ୍ତବ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    30.6 ° C
    30.6 °
    30.6 °
    57 %
    2.7kmh
    31 %
    Fri
    30 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ