Friday, October 2, 2026
30.6 C
Odisha

    ବିବାଦୀୟ ମନ୍ତବ୍ୟ ପାଇଁ ଜୟା ବଚ୍ଚନଙ୍କୁ ଗିରଫ ଦାବି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଜୟା ବଚ୍ଚନ କେବଳ ତାଙ୍କ ଅଭିନୟ ପାଇଁ ନୁହେଁ ବରଂ ଅନେକ ପ୍ରସଙ୍ଗରେ ରାଜନୈତିକ ବୟାନ ଦେବା କାରଣରୁ ଚର୍ଚ୍ଚାରେ  ଥାଆନ୍ତି। ନିକଟରେ ଅଭିନେତ୍ରୀ ମହାକୁମ୍ଭରେ ଦଳାଚକଡ଼ା ପରିସ୍ଥିତି ସମ୍ପର୍କରେ କିଛି ବୟାନ ଦେଇଥିଲେ। ଏହି ବୟାନ ପାଇଁ କିଛି ଲୋକ ଜୟାଙ୍କୁ ଗିରଫ କରିବାକୁ ଦାବି କରୁଛନ୍ତି।

    ବିଶ୍ୱ ହିନ୍ଦୁ ପରିଷଦ ଦଳାଚକଡ଼ାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ମୃତଦେହ ଗଙ୍ଗାରେ ଫିଙ୍ଗି ଦିଆଯିବା ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ସମାଜବାଦୀ ପାର୍ଟି ନେତ୍ରୀ ଏବଂ ରାଜ୍ୟସଭା ସାଂସଦ ଜୟା ବଚ୍ଚନଙ୍କୁ ଗିରଫ କରିବାକୁ ଦାବି କରାଯାଇଛି।

    ବିଶ୍ୱ ହିନ୍ଦୁ ପରିଷଦର ମିଡିଆ ଇନଚାର୍ଜ ଶରଦ ଶର୍ମା ଜୟା ବଚ୍ଚନଙ୍କ ମନ୍ତବ୍ୟକୁ ସମାଲୋଚନା କରି ଏହାକୁ ଦୁର୍ଭାଗ୍ୟଜନକ ବୋଲି କହିବା ସହିତ କହିଛନ୍ତି, ‘”ମିଥ୍ୟା ଏବଂ ଅସତ୍ୟ ବୟାନ ଦେଇ ଚାଞ୍ଚଲ୍ୟ ସୃଷ୍ଟି କରିବା ପାଇଁ ଜୟା ବଚ୍ଚନଙ୍କୁ ଗିରଫ କରାଯିବା ଉଚିତ।

    କାରଣ ଜୟା ସଂସଦ ବାହାରେ ଗଣମାଧ୍ୟମକୁ କୁମ୍ଭମେଳାରେ ସୃଷ୍ଟି ହୋଇଥିବା ଦଳାଚକଡ଼ା ପରିସ୍ଥିତିରେ ମୃତ୍ୟୁ ହୋଇଥିବା ଲୋକଙ୍କ ମୃତ ଦେହକୁ ଗଙ୍ଗାରେ ଫିଙ୍ଗି ଦିଆଯାଇଛି। ଯେଉଁ କାରଣ ଗଙ୍ଗା ପ୍ରଦୂଷିତ ହୋଇଛି ବୋଲି କହିଥିଲେ। ’

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    30.6 ° C
    30.6 °
    30.6 °
    57 %
    2.7kmh
    31 %
    Fri
    30 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ