Tuesday, March 17, 2026
24.7 C
Odisha

    ମୋଦୀ ମୋଠାରୁ ଭଲ ବୁଝାମଣାକାରୀ: ଟ୍ରମ୍ପ

    ଆଗକୁ ପଢନ୍ତୁ

    ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିବା ସହ ସେ ତାଙ୍କଠାରୁ ଭଲ ବୁଝାମଣାକାରୀ(ନେଗୋସିଏଟର୍‌) ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଏକ ଦ୍ୱିପାକ୍ଷିକ ବୈଠକ ପରେ ଶୁଳ୍କ ଉପରେ ମୂଲଚାଲ କରିବାରେ କିଏ ଅଧିକ ଦକ୍ଷ ବୋଲି ପଚରାଯିବାରୁ ଟ୍ରମ୍ପ ହସିହସି ଏହି ମନ୍ତବ୍ୟ ଦେଇଥିଲେ। ବାଣିଜ୍ୟ ଶୁଳ୍କ ଉପରେ ଆଲୋଚନା ସମ୍ପର୍କରେ ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ଶୁଳ୍କ କୋହଳ କରିବା, ଅଧିକ ଆମେରିକୀୟ ତୈଳ, ଗ୍ୟାସ ଓ ଯୁଦ୍ଧ ବିମାନ କିଣିବା ତଥା ରିହାତି ବିଷୟରେ ଆଲୋଚନା କରିବାକୁ ପ୍ରସ୍ତାବ ଦେଇଥିଲେ ଯାହା ବାଣିଜ୍ୟ ଯୁଦ୍ଧକୁ ରୋକିପାରେ। ଆମେରିକାର ଆମଦାନୀ ଉପରେ ଶୁଳ୍କ ଲଗାଇଥିବା ପ୍ରତ୍ୟେକ ଦେଶ ଉପରେ ଟ୍ରମ୍ପ ଜବାବୀ ଶୁଳ୍କ ପାଇଁ ଏକ ରୋଡ୍‌ମ୍ୟାପ୍ ଘୋଷଣା କରିବା ପରେ ଦୁଇ ନେତା ହ୍ୱାଇଟ୍ ହାଉସ୍‌ରେ ଏ ବିଷୟରେ ଆଲୋଚନା କରିଥିଲେ। ଯଦିଓ ଟ୍ରମ୍ପଙ୍କ ପ୍ରଥମ କାର୍ଯ୍ୟକାଳରେ ମୋଦୀଙ୍କ ସହ ଉଷ୍ମ ସମ୍ପର୍କ ଥିଲା, ତଥାପି ଗୁରୁବାର ସେ ପୁଣି ଥରେ କହିଛନ୍ତି ଯେ ଭାରତର ଶୁଳ୍କ ‘ବହୁତ ଅଧିକ’ ଏବଂ ଇସ୍ପାତ ଓ ଆଲୁମିନିୟମ ଉପରେ ତାଙ୍କର ପୂର୍ବ ଶୁଳ୍କ ଭାରତକୁ ବିଶେଷ ଭାବେ ପ୍ରଭାବିତ କଲେ ବି ଏହା ସହିତ ମେଳ ଖାଇବ।

    ସାମ୍ବାଦିକ ସମ୍ମିଳନୀରେ ଟ୍ରମ୍ପ କହିଛନ୍ତି, ଭାରତ ଯାହା ବି ଚାର୍ଜ‌୍ କରେ, ଆମେ ସେମାନଙ୍କଠାରୁ ତାହା ଚାର୍ଜ କରିଥାଉ। ତେବେ ଏହି ଚୁକ୍ତି ଦ୍ୱାରା ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ସମସ୍ୟାର ସମାଧାନ ହେବ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଅନ୍ୟ ଦେଶ ଆମଦାନୀ ଉପରେ ଆଦାୟ କରୁଥିବା ଟିକସ ହାରକୁ ସମାନ କରିବା ପାଇଁ ଟ୍ରମ୍ପ ଗୁରୁବାର ଆମେରିକାର ଶୁଳ୍କ ବୃଦ୍ଧି ଯୋଜନା ଆରମ୍ଭ କରିଛନ୍ତି।   ଆଲୋଚନା ପରେ ପ୍ରଧାନମନ୍ତ୍ରୀ ମୋଦୀ ଡୋନାଲ୍ଡ ଟ୍ରମ୍ପଙ୍କ ଜାତୀୟତାବାଦର ଭାବନାକୁ ପ୍ରଶଂସା କରି କହିଥିଲେ ଯେ ସେ ଆମେରିକୀୟ ସ୍ୱାର୍ଥକୁ ସବୁଠାରୁ ଉଚ୍ଚରେ ରଖିଛନ୍ତି। ତାଙ୍କ ଭଳି ମୁଁ ମଧ୍ୟ ଭାରତର ଜାତୀୟ ସ୍ୱାର୍ଥକୁ ସବୁଠାରୁ ଶୀର୍ଷରେ ରଖିଛି। ଉଭୟ ରାଷ୍ଟ୍ର ନିଜକୁ ପୁଣି ଥରେ ମହାନ କରିବା ପାଇଁ ଦୃଢ଼ତାର ସହ ଅଗ୍ରସର ହେଉଛନ୍ତି ବୋଲି ମୋଦୀ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    heavy intensity rain
    24.7 ° C
    24.7 °
    24.7 °
    54 %
    5.2kmh
    39 %
    Tue
    26 °
    Wed
    35 °
    Thu
    36 °
    Fri
    35 °
    Sat
    34 °

    ସମ୍ବନ୍ଧିତ