ଗଜପତି : ମୋହନାରେ ମୃଦୁ ଭୂକମ୍ପ । ସକାଳ ପ୍ରାୟ ୯ଟା ୫ ମିନିଟ ସମୟରେ ଅନୁଭୂତ ହେଲା ଭୂକମ୍ପ । ଗଜପତି ଜିଲ୍ଲା ମୋହନା ଅଞ୍ଚଳରେ ମୃଦୁ ଭୂମିକମ୍ପ ଅନୁଭୁତ ହୋଇଛି l ସକାଳ ପ୍ରାୟ ୯ଟା୫ ମିନିଟ ସମୟରେ ଅଚାନକ ଏକ ଶବ୍ଦ ହୋଇଥିଲା । ଭୂମିକମ୍ପ ହେଉଥିବା ନେଇ ଲୋକେ ଜାଣିବା ପରେ ଭୟରେ ଘରୁ ବାହାରକୁ ଚାଲି ଆସିଥିଲେ । ପ୍ରାୟ ୨ ସେକେଣ୍ଡ ଧରି ଭୂମିକମ୍ପ ଅନୁଭୁତ ହୋଇଥିଲା । ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି ।
ସେହିପରି ଡିସେମ୍ବର ୨୮ରେ ମଧ୍ୟ ମୋହନାରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଥିବା ଘଟଣା ସାମ୍ନାକୁ ଆସିଥିଲା । ଅପରାହ୍ନ ୧ ଟା ୧ ମିନିଟରେ ଭୂମିକମ୍ପ ହୋଇଥିବା ବେଳେ ଅଡ଼ବା, ଚାନ୍ଦିପୁଟ, ଲୁହାଗୁଡ଼ି ଓ ତପ୍ତପାଣି ଅଞ୍ଚଳରେଅନୁଭୂତ ହୋଇଥିଲା । ପ୍ରାୟ ୨ ସେକେଣ୍ଡ ପାଖାପାଖି ଭୂକମ୍ପ ହୋଇଥିଲା ।