Sunday, October 4, 2026
30.6 C
Odisha

    ମୋହନ ସରକାରଙ୍କ ନୂଆ ଯୋଜନା- ‘ସିଏମ୍‌- ଆସ୍ପାୟାର’

    ଆଗକୁ ପଢନ୍ତୁ

    ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଲେ ବଡ଼ ଘୋଷଣା I ଯୁବବର୍ଗଙ୍କୁ ନିଯୁକ୍ତିଯୋଗ୍ୟ ପାଇଁ କାର୍ଯ୍ୟକାରୀ ହେଲା ନୂଆ ଯୋଜନା ‘ସିଏମ୍‌- ଆସ୍ପାୟାର’ । ଏହାହିଁ ତାଙ୍କ ସରକାରର ପ୍ରଥମ ଅଭିନଵ ଯୋଜନା I ସ୍ଥାନୀୟ ୱାର୍ଲ୍‌ଡ ସ୍କିଲ ସେଣ୍ଟର ଠାରେ ବିଶ୍ୱ ଯୁବ ଦକ୍ଷତା ଦିବସ ପାଳନ ହୋଇଯାଇଛି I ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ଓଡ଼ିଶାକୁ ଦକ୍ଷ ମାନବ ସମ୍ବଳର କେନ୍ଦ୍ରରେ ପରିଣତ କରିବା ପାଇଁ ଆମ ସରକାର ପ୍ରତିଶୃତିବଦ୍ଧ । ଦକ୍ଷତା ବିକାଶ ପାଇଁ ଏକ ରୋଡ୍‌ମ୍ୟାପ୍ ପ୍ରସ୍ତୁତ ଯୋଗୁଁ ଆମର ଯୁବପିଢି ଉପକୃତ ହେବେ । ସେମାନେ ହିଁ ରାଜ୍ୟର ଅସଲ ଭବିଷ୍ୟତ । ସେମାନଙ୍କ ଦକ୍ଷତା ଓ ପ୍ରତିଭା ଜରିଆରେ ଓଡ଼ିଶା ଏକ ସମୃଦ୍ଧ ରାଜ୍ୟରେ ପରିଣତ ହେବ । କାରଣ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ଆମ ସରକାରଙ୍କ ପ୍ରାଥମିକତା । ଆଗାମୀ ବଜେଟରେ ଆମେ ଦକ୍ଷତା କ୍ଷେତ୍ରରେ ଗୁଣାତ୍ମକ ଉନ୍ନତି ଉପରେ ଗୁରୁତ୍ୱ ଦେଉଛୁ ।

    ଏହି ସ୍ୱତନ୍ତ୍ର ଦିବସ ଅବସରରେ ଅନେକ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ଆତିଥେୟତା କ୍ଷେତ୍ରରେ ପ୍ରଶିକ୍ଷଣ ପାଇଁ ପ୍ରଥମ କୌଶଳ ଭବନ ଉଦ୍‌ଘାଟିତ ହୋଇିଛି । ଏହା ସହିତ ଆଉ ୯ଟି କୌଶଳ କେନ୍ଦ୍ର ଖୋଲାଯିବ । ଏହାଦ୍ୱାରା ଆମର ଯୁବକମାନେ ଆତିଥେୟତା ଏବଂ ଆନୁଷଙ୍ଗିକ କ୍ଷେତ୍ରରେ ତାଲିମ ପାଇବାର ସୁଯୋଗ ପାଇବେ । ଓଡିଶାକୁ ପର୍ଯ୍ୟଟନର ଏକ ହବ୍ ଭାବେ ପ୍ରତିଷ୍ଠା କରିବା କ୍ଷେତ୍ରରେ ଏହି କୌଶଳ ଭବନ ଗୁଡିକ ଦକ୍ଷ ମାନବ ସମ୍ବଳର ଚାହିଦା ପୂରଣ କରିବାରେ ସକ୍ଷମ ହେବେ । ସେହିପରି ଦକ୍ଷତାରେ ଗୁଣବତ୍ତା ହାସଲ କରି ଯୁବବର୍ଗଙ୍କୁ ନିଯୁକ୍ତିଯୋଗ୍ୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ‘ସିଏମ- ଆସ୍ପାୟାର’ ଯୋଜନାର ଘୋଷଣା କରାଯାଇଛି । ଏହି ଯୋଜନା ଯୋଗୁଁ ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ଯୋଗ୍ୟ କରିବା ପାଇଁ ଦକ୍ଷତାରେ ଗୁଣବତ୍ତା ହାସଲ ଖୁବ ଗୁରୁତ୍ୱପୂର୍ଣ୍ଣ ।

    ଶିଳ୍ପ ଗୁଡିକର ଆବଶ୍ୟକତା ଅନୁଯାୟୀ ଉନ୍ନତମାନର ଦକ୍ଷତା ହାସଲ କରିପାରିବ ବୋଲି ସେ କହିଥିଲେ । ଏଥିରେ ଅନେକ କାର୍ଯ୍ୟକ୍ରମ ଗ୍ରହଣ କରାଯିବ । ଭାରତ ସରକାରଙ୍କ ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ଦ୍ୱାରା ସ୍ଥାପିତ ମଡେଲ କ୍ୟାରିୟର ସେଣ୍ଟରଗୁଡ଼ିକୁ ସୁଦୃଢ଼ କରିବା, ଯୁବକଯୁବତୀଙ୍କ ପାଇଁ ନିଯୁକ୍ତି ଯୋଗ୍ୟ ଦକ୍ଷତା ସୃଷ୍ଟି କରିବା, ଉଦ୍ଭାବନ ଏବଂ ଗବେଷଣାର ଭାବନା ସୃଷ୍ଟି କରିବା ଏବଂ ଓଡ଼ିଆ ଯୁବକଯୁବତୀଙ୍କୁ ବିଦେଶର ସର୍ବୋତ୍ତମ ଅନୁଷ୍ଠାନରେ ଉଚ୍ଚ ବୈଷୟିକ ଶିକ୍ଷା ଗ୍ରହଣ କରିବାର ସୁଯୋଗ ଦେବା ଉପରେ ଗୁରୁତ୍ୱ ଦିଆଯିବ ।
    ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଭିତ୍ତିଭୂମି କ୍ଷେତ୍ରରେ ପୁଞ୍ଜିନିବେଶ ବଢୁଥିବାରୁ ଦକ୍ଷ ମାନବ ସମ୍ବଳର ଚାହିଦା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଆଗାମୀ ଦିନରେ ଏହାର ଆବଶ୍ୟକତା ଆହୁରି ଅନୁଭୂତ ହେବ । ତେଣୁ ନିର୍ମାଣ କ୍ଷେତ୍ରରେ ଯୁବବର୍ଗଙ୍କୁ ଦକ୍ଷ କରିବା ପାଇଁ ଆମେ ପ୍ରାୟ ୧୦ଟି ବିଶ୍ୱକର୍ମା କେନ୍ଦ୍ର ସ୍ଥାପନ କରିବୁ । ସେହିପରି ସ୍ଥାନୀୟ ଶିଳ୍ପର ଆବଶ୍ୟକତାକୁ ପୂରଣ କରିବା ଦିଗରେ ସ୍ଥାନୀୟ ନିଯୁକ୍ତିର ଆବଶ୍ୟକତା ରହିଛି । ଏଥିପାଇଁ ଦକ୍ଷତା ବିକାଶ କାର୍ଯ୍ୟକ୍ରମର ବିକେନ୍ଦ୍ରୀକରଣ ଖୁବ୍ ଗୁରୁତ୍ୱପୂର୍ଣ୍ଣ । ଏହି ଲକ୍ଷ୍ୟରେ ଜିଲ୍ଲାସ୍ତରରେ ‘ନୂଆ ଓଡ଼ିଶା ଜିଲ୍ଲା ଦକ୍ଷତା କେନ୍ଦ୍ର’ ଖୋଲା ଯାଉଛି । ଆମ ସରକାର ସ୍ଥାନୀୟ କ୍ଷେତ୍ରରେ ଦକ୍ଷତା ବୃଦ୍ଧି ପାଇଁ ଜିଲ୍ଲାଗୁଡ଼ିକୁ ସଶକ୍ତ କରିବା ଉପରେ ଗୁରୁତ୍ୱ ଦେଉଛନ୍ତି । ଏହା ସହିତ ମୁଖ୍ୟମନ୍ତ୍ରୀ ସ୍କିଲ ଡେଭଲପମେଣ୍ଟ ଫେଲୋସିପ୍ ମଧ୍ୟ ଆରମ୍ଭ କରାଗଲା । ଜିଲ୍ଲା ପ୍ରଶାସନକୁ ଦକ୍ଷତା ବିକାଶରେ ସହଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ଦକ୍ଷତା ବିକାଶ ଫେଲୋ ମାନଙ୍କର ପ୍ରମୁଖ ଭୂମିକା ରହିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.6 ° C
    30.6 °
    30.6 °
    51 %
    2.9kmh
    3 %
    Sun
    30 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ