Sunday, October 4, 2026
30.6 C
Odisha

    ମହାପ୍ରଭୁଙ୍କ ବାହୁଡା ଦେଖିଲେ ୫ ଲକ୍ଷରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ

    ଆଗକୁ ପଢନ୍ତୁ

    ଶେଷ ହୋଇଛି ଦାରୁବିଗ୍ରହଙ୍କ ନବଦିନାତ୍ମକ ଯାତ୍ରା। ଜନ୍ମବେଦୀରେ ଲୀଳାଖେଳ ସାରି ବାହୁଡ଼ିଛନ୍ତି ମହାପ୍ରଭୁ। ବଡଭାଇ ବଳଭଦ୍ର , ଉଭଣୀ ସୁଭଦ୍ରାଙ୍କୁ ଧରି ଗୁଣ୍ଡିଚାମନ୍ଦିରରୁ ବାହୁଡିଛନ୍ତି ପ୍ରଭୁ ଶ୍ରୀଜଗନ୍ନାଥ। ବାହୁଡ଼ା ଯାତ୍ରାରେ ଆସି ସିଂହଦ୍ବାରରେ ପହଞ୍ଚିଛି ତିନି ରଥ। ଶ୍ରୀମନ୍ଦିର ନିକଟରେ ତାଳଧ୍ବଜ, ଦର୍ପଦଳନ ଓ ନନ୍ଦିଘୋଷ ରଥ ପହଞ୍ଚି ସାରିଛି। ନିର୍ଦ୍ଧାରିତ ସମୟ ପୂର୍ବରୁ ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ରଥ ସିଂହଦ୍ବାର ସାମ୍ନାରେ ପହଞ୍ଚି ଥିଲା ବେଳେ ଜଗତରନାଥ ପ୍ରଭୁ ଶ୍ରୀଜଗନ୍ନାଥ ସବା ଶେଷରେ ପହଞ୍ଚିଛନ୍ତି । ଲକ୍ଷାଧିକ ଭକ୍ତଙ୍କ ଗହଳିରେ ଶ୍ରୀଜିଉମାନେ ଗୁଣ୍ଡିଚାଘରୁ ବାହୁଡ଼ିଛନ୍ତି। ଭକ୍ତଶ୍ରଦ୍ଧାଳୁଙ୍କ ଗହଳିରେ ବଡ଼ଦାଣ୍ଡ ଲୋକାରଣ୍ୟ ପାଲଟିଛି।

    ତେବେ ବାହୁଡ଼ା ଯାତ୍ରା ପାଇଁ ସକାଳୁ ସକାଳୁ ବଡ଼ଦାଣ୍ଡରେ ଭିଡ଼ ଜମିଥିଲା। ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାରରେ ପ୍ରସ୍ତୁତ ରହିଥିଲେ ତିନିରଥ। ହରିବୋଲ, ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ଶରଧାବାଲି। ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ ବଡ଼ଦାଣ୍ଡରେ ଘର୍‌ ଘର୍‌ ନାଦରେ ଗଡ଼ିଥିଲା ତିନିରଥ। ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିରକୁ ଫେରିବା ବେଳେ ବାଟରେ ମାଉସୀ ମା’ର ସ୍ନେହଭରା ପୋଡ଼ପିଠା ଖାଇଛନ୍ତି ମହାପ୍ରଭୁ। ତେବେ ବାହୁଡ଼ା ଯାତ୍ରାର ନୀତିକାନ୍ତି ବେଶ୍‌ ସଅଳ ରହିଥିଲା। ଧାର୍ଯ୍ୟ ସମୟର ୧ଘଣ୍ଟା ୧୫ ମିନିଟ୍‌ ପୂର୍ବରୁ ଆରମ୍ଭ ହୋଇଥିଲା ପହଣ୍ଡି। ଅଝଟ ନ ହୋଇ ବେଗି ବେଗି ରଥାରୁଢ ହୋଇଥିଲେ ଚତୁର୍ଦ୍ଧାବିଗ୍ରହ। ସେହିପରି ନିର୍ଘଣ୍ଟ ସମୟର ୩୫ ମିନିଟ୍‌ ପୂର୍ବରୁ ରଥଟଣା ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ସୁଦ୍ଧା ସିଂହଦ୍ୱାରରେ ପହଞ୍ଚି ଯାଇଛନ୍ତି ତିନିରଥ। ବାହୁଡା ଯାତ୍ରାରେ ପ୍ରାୟ ୫ ଲକ୍ଷରୁ ଊଦ୍ଧ୍ୱର୍ ଶ୍ରଦ୍ଧାଳୁ ସମାଗମ ହୋଇଥିବା ପ୍ରଶାସନ ପ୍ରାକ୍‌ ଆକଳନ କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.6 ° C
    30.6 °
    30.6 °
    51 %
    2.9kmh
    3 %
    Sun
    30 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ