Saturday, July 19, 2025
32.1 C
Odisha

    ‘ମୋ ବସ୍’ ନେଲା ନାବାଳିକାର ଜୀବନ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ସାଇକେଲରେ ଯାଉଥିବାବେଳେ ‘ମୋ ବସ୍’ ଧକ୍କାରେ ନାବାଳିକାର ମୃତ୍ୟୁ ହୋଇଛି । ଏହି ମର୍ମନ୍ତୁଦ ଦୁର୍ଘଟଣାଟି ନନ୍ଦନକାନନ ଥାନା ଅନ୍ତର୍ଗତ ରଘୁନାଥପୁର ଅଞ୍ଚଳରେ ଘଟିଛି । ଦୁର୍ଘଟଣା ପରେ ନନ୍ଦନକାନନ-ଜୟଦେବବିହାର ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି ଉତ୍ୟକ୍ତ ଲୋକ। ଟାୟାର ଜାଳି ପ୍ରତିବାଦକୁ ଓହ୍ଲାଇଛନ୍ତି ଲୋକେ । ଘଟଣା ସ୍ଥଳରେ ପ୍ରବଳ ଉତ୍ତେଜନା ଜାରି ରହିଛି । ଘଟଣାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି ।

    ଖବରପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି। ସ୍ଥାନୀୟଲୋକେ ଉକ୍ତ ବସକୁ ଅଟକ ରଖିବାସହ ରାସ୍ତାରୋକ କରିଛନ୍ତି । ଯାତାୟତ ବାଧାପ୍ରାପ୍ତ ହୋଇଛି । ଘଟଣାସ୍ଥଳରେ ଉତ୍ତେଜନା ହେତୁ ଉତ୍ତ୍ୟକ୍ତ ଲୋକଙ୍କୁ ପୋଲିସ ବୁଝା ସୁଝା କରୁଛି । ମୋ ବସ ବାରମ୍ବାର ଏଭଳି କାଣ୍ଡ ଭିଆଉଥିବାବେଳେ ମୋ ବସ ଡ୍ରାଇଭର କାର୍ୟ୍ୟଶୈଳୀକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    32.1 ° C
    32.1 °
    32.1 °
    63 %
    1.5kmh
    56 %
    Sat
    32 °
    Sun
    30 °
    Mon
    31 °
    Tue
    32 °
    Wed
    31 °

    ସମ୍ବନ୍ଧିତ