Friday, March 13, 2026
28 C
Odisha

    ମୌସୁମୀ ବର୍ଷା ଆରମ୍ଭରୁ ବାରିପଦା ସହର ବେହାଲ, ବିଭିନ୍ନ ୱାର୍ଡରେ କୃତ୍ରିମ ବନ୍ୟା

    ଆଗକୁ ପଢନ୍ତୁ

    ବାରିପଦା: ମୌସୁମୀ ବର୍ଷା ଆରମ୍ଭରୁ ବାରିପଦା ସହର ବେହାଲ । ଶନିବାର ଲଗାଣ ବର୍ଷାରେ ସହର ବିଭିନ୍ନ ୱାର୍ଡରେ ଘରେ ବର୍ଷା ପାଣି ପ୍ରବେଶ କରି କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି । ଶନିବାର ସନ୍ଧ୍ୟା ପ୍ରାୟ ୭ଟାରୁ ବାରିପଦାରେ ଲଗାଣ ପ୍ରବଳ ବର୍ଷା ହୋଇଥିଲା । ସହରର ବିଭିନ୍ନ ତଳି ଅଞ୍ଚଳରେ ଘରେ ଘରେ ଆଣ୍ଠୁଏରୁ ଉପରେ ପାଣି ପଶିଥିଲା ।

    ସୁନଗଡିଆ, ବାଘରାରୋଡ, ବଳରାମପୁର, ଲାଲବଜାର, ମାଇନିଙ୍ଗ କଲୋନୀ, କବରଖାନା, କାଳିକାପୁର, ଦେଉଳସାହି, ପିଆରଏମ ହସ୍ପିଟାଲ ନିକଟ, ଭଞ୍ଜଶ୍ୱର ମନ୍ଦିର ଆଦି ତଳି ଅଞ୍ଚଳରେ ପାଣି ମାଡ଼ିଥିଲା । ବିଳମ୍ବିତ ରାତିରେ ବାରିପଦା ଉପ ଜିଲ୍ଲପାଳ ଓ ବାରିପଦା ନଗରପାଳ ବନ୍ୟା ସ୍ଥିତି ରଖିଛନ୍ତି ।

    ତେବେ ଆଜି ଲଘୁଚାପ, ପ୍ରବଳ ବର୍ଷିବ । ତେବେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ମୟୂରଭଞ୍ଜ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ପ୍ରବଳ ବର୍ଷା ପାଇଁ ବାଲେଶ୍ବର ଓ ଭଦ୍ରକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ୩୦ ତାରିଖ ପାଇଁ ୩ ଜିଲ୍ଲାକୁ ଅରେଞ୍ଜ ଏବଂ ୩ ଜିଳ୍ଲାକୁ ୟେଲୋ ଆଲର୍ଟ ଦିଆଯାଇଛି । ସମୁଦ୍ର ଅଶାନ୍ତ ରହୁଥିବାରୁ ୧ ତାରିଖ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି । ପ୍ରବଳ ବର୍ଷାକୁ ଦୃଷ୍ଟିର ରଖି ସବୁ ଜିଲ୍ଲାପାଳଙ୍କୁ ଆଲର୍ଟ କରିଛନ୍ତି ଏସଆରସି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28 ° C
    28 °
    28 °
    13 %
    0.7kmh
    0 %
    Fri
    31 °
    Sat
    39 °
    Sun
    39 °
    Mon
    37 °
    Tue
    38 °

    ସମ୍ବନ୍ଧିତ