Friday, April 3, 2026
36.1 C
Odisha

    ଯଦି ଆପଣଙ୍କର ଏହି ସମସ୍ୟା ଅଛି ତେବେ ଆଦୌ ଖାଆନ୍ତୁ ନାହିଁ ପିଜୁଳି, ସ୍ୱାସ୍ଥ୍ୟ ପାଇଁ ହୋଇପାରେ ବଡ଼ କ୍ଷତି

    ଆଗକୁ ପଢନ୍ତୁ

    ପିଜୁଳିରେ ଅନେକ ପୋଷକ ତତ୍ତ୍ୱ ମିଳିଥାଏ, ଯାହା ସ୍ୱାସ୍ଥ୍ୟ ଏବଂ ସ୍କିନ ପାଇଁ ବହୁତ ଲାଭକାରୀ ହୋଇଥାଏ । ତେବେ ପିଜୁଳିକୁ ପୃଷ୍ଟିକର ଗୁଣରେ ପରିପୂର୍ଣ୍ଣ ଏକ ଫଳ ଭାବରେ ବିବେଚନା କରାଯାଏ । ଏହାର ଅନେକ ଔଷଧୀୟ ଗୁଣ ରହିଛି ଯାହା ଆପଣଙ୍କୁ ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟାରୁ ନିଜକୁ ରକ୍ଷା କରିପାରିବ । ପିଜୁଳିରେ ଆଣ୍ଟି-ଅକ୍ସିଡାଣ୍ଟ, ଭିଟାମିନ୍ ସି ଏବଂ ପୋଟାସିୟମ୍ ଭରପୂର ରହିଛି । ଏହା କ୍ୟାଲୋରୀରେ ବହୁତ କମ୍ ଏବଂ ଫାଇବରରେ ବହୁତ ଅଧିକ । ଏହି କାରଣଗୁଡିକ ପାଇଁ, ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ । ତେବେ ପିଜୁଳିରେ ଫାଇବର ଭରପୂର ମାତ୍ରାରେ ଥାଏ, ଯେଉଁ କାରଣରୁ କୋଷ୍ଠକାଠିନ୍ୟରୁ ମୁକ୍ତି ମିଳିଥାଏ, କିନ୍ତୁ ଯଦି ଆପଣ ଏହାକୁ ଅଧିକ ଖାଇଥା’ନ୍ତି, ତେବେ ଆପଣଙ୍କର ହଜମ ପ୍ରକ୍ରିୟା ମଧ୍ୟ ଖରାପ ହୋଇପାରେ । ଏପରି ପରିସ୍ଥିତିରେ ଆପଣ ଏହାକୁ ଖାଇବା ଠାରୁ ଦୂରେଇ ରହିବା ଭଲ । ତାହେଲେ ଆସନ୍ତୁ ଜାଣିବା କେଉଁ ଲୋକମାନେ ପିଜୁଳି ଖାଇବା ସ୍ୱାସ୍ଥ୍ୟ ପ୍ରତି ଠିକ ନୁହେଁ ।ଏହି ଲୋକମାନେ ପିଜୁଳି ଖାଇବା ଉଚିତ୍ ନୁହେଁ :
    ଗର୍ଭବତୀ ଏବଂ ସ୍ତନ୍ୟପାନ କରାଉଥିବା ମହିଳା : ପିଜୁଳି ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ ହୋଇଥାଏ, କିନ୍ତୁ କିଛି ଲୋକଙ୍କ ପାଇଁ ଏହା କ୍ଷତିକାରକ ହୋଇପାରେ । ତେଣୁ ଗର୍ଭବତୀ ଏବଂ ସ୍ତନ୍ୟପାନ କରାଉଥିବା ମହିଳାମାନେ ପିଜୁଳି ଖାଇବା ପୂର୍ବରୁ ପ୍ରଥମେ ସେମାନଙ୍କ ଡାକ୍ତରଙ୍କ ସହ କଥା ହେବା ଉଚିତ ।

    ସ୍କିନ ସମସ୍ୟା : ପିଜୁଳି ଏବଂ ପତ୍ରରେ ଥିବା ରାସାୟନିକ ପଦାର୍ଥ ସ୍କିନରେ ଜ୍ୱଳନ ସୃଷ୍ଟି କରିପାରେ । ଏହା ପ୍ରାୟତଃ ସେହି ଲୋକମାନଙ୍କ କ୍ଷତିକାରକ ହୋଇପାରେ ଯେଉଁମାନଙ୍କର ସ୍କିନ ସମସ୍ୟା ରହିଥାଏ ଯେପରିକି ଏକ୍ଜିମା ଥାଏ, ତେଣୁ ଚର୍ମ ସମସ୍ୟା ଥିବା ଲୋକମାନେ ପିଜୁଳି ଖାଇବାରୁ ଦୂରେଇ ରହିବା ଉଚିତ, କାରଣ ଏହା ସେମାନଙ୍କ ଅବସ୍ଥାକୁ ଆହୁରି ଖରାପ କରିପାରେ ।ପେଟ ଫୁଲିବା ସମସ୍ୟା : ଯେଉଁମାନେ ଖାଦ୍ୟ ଶୀଘ୍ର ହଜମ କରିପାରନ୍ତି ନାହିଁ କିମ୍ବା ପେଟ ଫୁଲିବା ସମସ୍ୟା ଅଛି, ସେମାନେ ପିଜୁଳି ଖାଇବା ଉଚିତ୍ ନୁହେଁ । ଏଥିରେ ଭିଟାମିନ୍ ସି ଭରପୂର ମିଳିଥାଏ । ଏହି କାରଣରୁ, ଏହାକୁ ହଜମ କରିବାରେ ଅସୁବିଧାର ସମ୍ମୁଖୀନ ହୋଇପାରେ ।

    ଆଲର୍ଜି ହେବାର ସମ୍ଭାବନା : ଯଦି ଆପଣଙ୍କର ଆଲର୍ଜି ଅଛି ତେବେ ଏହି ଫଳ ଖାଆନ୍ତୁ ନାହିଁ । ସୂଚନା ଅନୁସାରେ ପିଜୁଳିରେ ଥିବା କିଛି ରାସାୟନିକ ପଦାର୍ଥ ଯୋଗୁ ଆଲର୍ଜି ହୋଇପାରେ । ଏହା ସହିତ, ଏହାକୁ ସଂରକ୍ଷଣ କରିବା ପାଇଁ ବ୍ୟବହୃତ ରାସାୟନିକ ପଦାର୍ଥ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ବିପଦ ସୃଷ୍ଟି କରିପାରେ । ତେଣୁ, ପିଜୁଳି ଖାଇବା ପୂର୍ବରୁ ଏହାକୁ ଭଲ ଭାବରେ ଧୋଇ ଦେବା ଉଚିତ । ସେଥିପାଇଁ ଯେଉଁ ଲୋକମାନଙ୍କର ଏହି ସବୁ ସ୍ୱାସ୍ଥ୍ୟ ସମସ୍ୟା ଅଛି ସେମାନେ ପିଜୁଳି ଖାଇବା ଠାରୁ ଦୂରେଇ ରହିବା ଉଚିତ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    36.1 ° C
    36.1 °
    36.1 °
    21 %
    2.5kmh
    0 %
    Fri
    40 °
    Sat
    39 °
    Sun
    38 °
    Mon
    38 °
    Tue
    39 °

    ସମ୍ବନ୍ଧିତ