Friday, July 3, 2026
24.7 C
Odisha

    ଯମଲୋକରେ ରହିଛି ୪ ରହସ୍ୟମୟ ଦ୍ବାର, ଜାଣନ୍ତୁ କାହା ପାଇଁ କେଉଁ ପଥ

    ଆଗକୁ ପଢନ୍ତୁ

    ଜନ୍ମ ଓ ମୃତ୍ୟୁ ହେଉଛି ପ୍ରକୃତିର ନିୟମ  । ଜନ୍ମ ଯେମିତି ନିଶ୍ଚିତ ମୃତ୍ୟୁ ମଧ୍ୟ ସୁନିଶ୍ଚିତ । ହିନ୍ଦୁ ଧର୍ମ ଅନୁସାରେ  ଜନ୍ମ ଓ ମୃତ୍ୟୁ ଏପରି ଏକ ଚକ୍ର , ଯାହା କ୍ଷଣସ୍ଥାୟୀ । ମୃତ୍ୟୁ ପରେ ଆତ୍ମା କେଉଁଠାକୁ ଯାଏ ଆମେ ଅନେକ ସମୟରେ ଭାବିଥାଉ । ଯାହାର ରହସ୍ୟ ସମ୍ପର୍କରେ ଗରୁଡ଼ ପୁରାଣରେ ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଛି । କୁହାଯାଏ ଯେ ମୃତ୍ୟୁ ପରେ ଆତ୍ମା ​​ଯମଲୋକକୁ ଯାତ୍ରା ଆରମ୍ଭ କରେ। କିନ୍ତୁ ଯମଲୋକରେ ଏପରି ୪ଟି ଦ୍ୱାର ଅଛି । କେଉଁଠାରୁ କିଏ ସ୍ୱର୍ଗ କିମ୍ବା ନର୍କକୁ ଯିବ?ସେ ସମ୍ପର୍କରେ ମନରେ ପ୍ରଶ୍ନ ଉଙ୍କିମାରେ । ତେବେ ଆସନ୍ତୁ ସେହି ରହସ୍ୟମୟ କାହାଣୀ ସମ୍ପର୍କରେ ଜାଣିବା ।

    ମଣିଷର କର୍ମ ଅନୁଯାୟୀ ତାଙ୍କ ଆତ୍ମା ଯମଲୋକର ଭିନ୍ନ ଭିନ୍ନ ଦ୍ୱାର ଦେଇ ପ୍ରବେଶ କରେ। ଯଦିଓ ଏହି ବର୍ଣ୍ଣନାଗୁଡ଼ିକ ପୁରାଣ ଓ ଧାର୍ମିକ ପରମ୍ପରା ଉପରେ ଆଧାରିତ । ତଥାପି ଏଗୁଡ଼ିକ ଆମକୁ ସତ୍କର୍ମ ଓ ନୈତିକ ଜୀବନର ମହତ୍ତ୍ୱ ବୁଝାଇଥାଏ ।

    ଗରୁଡ଼ ପୁରାଣ ଅନୁସାରେ ଏହି ୪ଟି ଦିଗର ଦ୍ବାରରେ ଆତ୍ମାର ଶୁଦ୍ଧିକରଣ ଏବଂ ପୁଣ୍ୟ ପରୀକ୍ଷା କରାଯାଏ । ପ୍ରଥମ ଦ୍ବାର ହେଲା ପୂର୍ବ ଦ୍ବାର । ଯେଉଁ ଦ୍ବାରକୁ ପୁଣ୍ୟାତ୍ମାଙ୍କ ପ୍ରବେଶ ପଥ । ଏହି ଦ୍ୱାର ଅତ୍ୟନ୍ତ ମନୋରମ ଏବଂ ଅଲୌକିକ । ଯେଉଁମାନେ ଯୋଗ, ଧ୍ୟାନ ଏବଂ ଈଶ୍ୱରଙ୍କ ପ୍ରତି ଭକ୍ତି ପାଇଁ ନିଜର ଜୀବନ ଉତ୍ସର୍ଗ କରିଛନ୍ତି । ଏହି ଦ୍ୱାରରେ, ଦେବତା ଏବଂ ଗନ୍ଧର୍ବମାନେ ଆତ୍ମାକୁ ଭବ୍ୟ ସ୍ୱାଗତ କରନ୍ତି ।

    ଉତ୍ତର ଦ୍ବାର ସୁନା ଏବଂ ମଣିରେ ସଜ୍ଜିତ । ଯେଉଁମାନେ ନିଃସ୍ବାର୍ଥପର ଭାବେ ନିଜ ବାପା ମାଙ୍କର ସେବା କରନ୍ତି, ସତ୍ୟକୁ ଅନୁସରଣ କରନ୍ତି ଏବଂ ଅହିଂସାର ପଥରେ ଚାଲନ୍ତି ସେହି ଦୟାଳୁ ଏବଂ କରୁଣାମୟ ଆତ୍ମାମାନେ ଏହି ଦ୍ବାର ଦେଇ ପ୍ରବେଶ କରନ୍ତି ।

    ଗରୁଡ଼ ପୁରାଣ ଅନୁସାରେ ଯେଉଁମାନେ ଦାନକୁ ପ୍ରାଥମିକତା ଦେଇଥାନ୍ତି ଏବଂ ଜୀବନକାଳ ମଧ୍ୟରେ ଧର୍ମ ନୀତି ପାଳନ କରିଥାଆନ୍ତି ସେମାନେ ପଶ୍ଚିମ ଦ୍ବାର ଦେଇ ଗତି କରନ୍ତି । ଯେଉଁମାନେ ତୀର୍ଥ କରନ୍ତି ଏବଂ ଯାହାର ଚିନ୍ତାଧାରା ଶୁଦ୍ଧ, ସେମାନେ ଏହି ପଥରେ ଏକ ସୁଖଦ ଅଭିଜ୍ଞତା ପାଆନ୍ତି ।

    ଦକ୍ଷିଣ ଦ୍ବାର ଖୁବ୍ କଣ୍ଟକଯୁକ୍ତ । ଏହାକୁ ନର୍କର ଦ୍ବାର ବୋଲି କୁହାଯାଏ । ଯେଉଁମାନେ ଜୀବନ ସାରା ଅନ୍ୟାୟ କାର୍ଯ୍ୟ, ହିଂସା, ଚୋରି ଏବଂ ଅନ୍ୟମାନଙ୍କୁ ଦୁଃଖ ଦେବାରେ ଲିପ୍ତ ଥିବେ ସେମାନେ ଏହି କଣ୍ଟକିତ ଦ୍ବାର ଦେଇ ପ୍ରବେଶ କରନ୍ତି । ଯାହାର ପଥ କଣ୍ଟା, ଜଳୁଥିବା ଅଗ୍ନି ଏବଂ ଭୟଙ୍କର ଅନ୍ଧକାରରେ ପରିପୂର୍ଣ୍ଣ। ପାପୀ ଆତ୍ମାମାନଙ୍କୁ ଯମଙ୍କ ଦୂତମାନେ ଏଠାକୁ ଟାଣି ଆଣନ୍ତି । ଯେଉଁଠାରେ ସେମାନଙ୍କୁ ସେମାନଙ୍କ କୁକର୍ମ ପାଇଁ ଭୟଙ୍କର ଦଣ୍ଡ ଭୋଗିବାକୁ ପଡ଼ିଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.7 ° C
    24.7 °
    24.7 °
    94 %
    1.2kmh
    100 %
    Fri
    26 °
    Sat
    28 °
    Sun
    25 °
    Mon
    28 °
    Tue
    30 °

    ସମ୍ବନ୍ଧିତ