Thursday, March 26, 2026
26.8 C
Odisha

    ଯମୁନା ଏକ୍ସପ୍ରେସୱେ ପୁଣି ନେଲା ଜୀବନ: ଇକୋ ଭ୍ୟାନ୍-ବସ୍ ଧକ୍କା: ୬ ମୃତ-୯ ଆହତ

    ଆଗକୁ ପଢନ୍ତୁ

    ହାଥରସ୍  : ଉତ୍ତରପ୍ରଦେଶର  ହାଥରସ୍ ଜିଲ୍ଲାରେ ମଙ୍ଗଳବାର ସକାଳେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ସଦାବାଦ ଥାନା ଅଞ୍ଚଳର ଯମୁନା ଏକ୍ସପ୍ରେସୱେ ପୁଣି ଜୀବନ ନେଇଛି। ଏକ୍ସପ୍ରେସୱେର ମାଇଲଷ୍ଟୋନ୍ ୧୪୧ ନିକଟରେ ଘଟିଥିବା ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୯ ଜଣ ଆହତ ହୋଇଛନ୍ତି। ଏକ ଡବଲ-ଡେକର ବସ୍ ଓ ଇକୋ କାର ମଧ୍ୟରେ ଏହି ଦୁର୍ଘଟଣା ଘଟିଛି। ଇକୋ କାରଟି ପଛ ପଟରୁ ବସକୁ ଧକ୍କା ଦେଇଥିଲା। ଧକ୍କା ଏତେ ଜୋରରେ ଥିଲା ଯେ କାରଟି ଭାଙ୍ଗି ଖଣ୍ଡ ଖଣ୍ଡ ହୋଇଯାଇଥିଲା। ଘଟଣାସ୍ଥଳରେ ଛଅ ଜଣଙ୍କର ମୃତ୍ୟୁ ହୋଇଥିଲା। ଆହତମାନଙ୍କୁ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ତିନି ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଆଗ୍ରାକୁ ରେଫର କରାଯାଇଛି।

    ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ଇକୋ କାରଟି ଦ୍ରୁତ ଗତିରେ ଯାଉଥିଲା । ଡ୍ରାଇଭର ସମ୍ଭବତଃ ଆଗରେ ଥିବା ବସ୍‌କୁ ଲକ୍ଷ୍ୟ କରିପାରି ନଥିଲେ, ଯାହା ଫଳରେ ଧକ୍କା ହୋଇଥିଲା। ଦୁର୍ଘଟଣା ପରେ ଏକ୍ସପ୍ରେସୱେରେ ଟ୍ରାଫିକ୍ କିଛି ସମୟ ପାଇଁ ବାଧାପ୍ରାପ୍ତ ହୋଇଥିଲା। କିନ୍ତୁ ପୁଲିସ ଏହାକୁ ପୁଣି ସ୍ବାଭାବିକ କରିଛି। ପୋଲିସ ମୃତକଙ୍କ ମୃତଦେହକୁ ପୋଷ୍ଟମର୍ଟମ୍ ପାଇଁ ପଠାଇ ଦୁର୍ଘଟଣାର କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଦ୍ରୁତ ଗତି ହିଁ ଦୁର୍ଘଟଣାର ମୁଖ୍ୟ କାରଣ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26.8 ° C
    26.8 °
    26.8 °
    35 %
    2.2kmh
    0 %
    Thu
    27 °
    Fri
    39 °
    Sat
    39 °
    Sun
    41 °
    Mon
    41 °

    ସମ୍ବନ୍ଧିତ