Sunday, October 4, 2026
28.6 C
Odisha

    ଯାତ୍ରାରେ ବନ୍ଦ ହେବ ଅଶ୍ଳୀଳ ନୃତ୍ୟ

    ଆଗକୁ ପଢନ୍ତୁ

    ଯାତ୍ରାରେ ନାଟକକୁ ନେଇ ଦର୍ଶକଙ୍କ ଭିତରେ କ୍ରେଜ୍‌ ବଢୁଛି। ହେଲେ ନାଟକରେ ଆଇଟମ୍‌ ଡ୍ୟାନ୍ସକୁ ନେଇ ଅନେକ ସମୟରେ ବିବାଦ ଦେଖାଦେଉଥିବାରୁ ଏହାକୁ ନେଇ ବିଭିନ୍ନ ପ୍ରକାର ବିଶୃଙ୍ଖଳା ସୃଷ୍ଟିହେଉଛି। ଏହାକୁ ରୋକିବା ଲାଗି ରାଜ୍ୟ ସରକାର କଠୋର ପଦକ୍ଷେପ ନେବାକୁ ଯାଉଛନ୍ତି। ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ଯାତ୍ରାରେ ଅଶ୍ଳୀଳ ନୃତ୍ୟ ବନ୍ଦ କରିବା ପାଇଁ ଖୁବ୍‌ଶୀଘ୍ର ଆଇନ ଅଣାଯିବ। ସରକାର ଏହାକୁ ସମ୍ବେଦନଶୀଳ ପ୍ରସଙ୍ଗ ଭାବେ ଗ୍ରହଣ କରିଛନ୍ତି। ଏହାକୁ ନେଇ ବିଚାରବିମର୍ଶ ଚାଲିଛି। ଯାତ୍ରା ପାର୍ଟି ମାଲିକଙ୍କ ସହ ଏନେଇ ଆଲୋଚନା ହେବ ବୋଲି ପୃଥ୍ବୀରାଜ କହିଛନ୍ତି। ସୂଚନାରୁ ପ୍ରକାଶ, ଗତ କିଛିଦିନ ହେଲା ଯାତ୍ରା ଦର୍ଶକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ରକ୍ଷଣଶୀଳ ବ୍ୟକ୍ତି ନିଜ ପରିବାର ଲୋକଙ୍କ ସହ ଯାତ୍ରା ଦେଖିବାକୁ ଆସୁଛନ୍ତି। ହେଲେ ନାଟକ ଆରମ୍ଭ ପୂର୍ବରୁ ହେଉଥିବା ଅଶ୍ଳୀଳ ନୃତ୍ୟକୁ ନେଇ ଅନେକ ସମୟରେ ବିବାଦ ଦେଖାଦେଉଛି। ରାଜ୍ୟ ସରକାରଙ୍କ କଡ଼ା ତାଗିଦ ସତ୍ତ୍ୱେ କେତେକ ଅନୁଷ୍ଠାନ ମଞ୍ଚରେ ଅଶ୍ଳୀଳ ନୃତ୍ୟ ପରିବେଷଣ କରାଉଛନ୍ତି।
    ଅନ୍ୟପକ୍ଷରେ ରାଜ୍ୟର ମଦ ବାର୍‌ଗୁଡ଼ିକରେ ହେଉଥିବା ଡ୍ୟାନ୍ସ ଉପରେ ସରକାର ରୋକ ଲଗାଇଥିଲେ। ଏଥିରେ ସରକାର କୋହଳ ହୋଇ ମଦ ବାର୍‌ଗୁଡ଼ିକରେ ସଙ୍ଗୀତଭିତ୍ତିକ କାଯର୍ର୍‌ୟକ୍ରମ ପରିବେଷଣ ପାଇଁ କେତେକ ସର୍ତ୍ତ ରଖି ଅନୁମତି ଦେଇଛନ୍ତି। ହେଲେ ବାର୍‌ଗୁଡ଼ିକରେ ନୃତ୍ୟକୁ ପୂର୍ବଭଳି ବାରଣ କରାଯାଇଥିବାବେଳେ କେବଳ ଗୀତ ଓ ବାଦ୍ୟଯନ୍ତ୍ର ପରିବେଷଣକୁ ଅନୁମତି ଦିଆଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.6 ° C
    28.6 °
    28.6 °
    69 %
    1.5kmh
    4 %
    Sun
    26 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ