Monday, October 19, 2026
21.6 C
Odisha

    ଆଜି ଦେଶର ସୁରକ୍ଷା, ଏକତା ଓ ଅଖଣ୍ଡତାକୁ ବଜାୟ ରଖିବାର ଦିନ

    ଆଗକୁ ପଢନ୍ତୁ

    ପ୍ରତିବର୍ଷ ୩୧ ଅକ୍ଟୋବରରେ ଆଇରନ ମ୍ୟାନ୍‌ ଅଫ୍‌ ଇଣ୍ଡିଆ ଅର୍ଥାତ୍‌ ଭାରତର ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନଦିବସକୁ ଜାତୀୟ ଏକତା ଦିବସ ଭାବେ ପାଳନ କରାଯାଏ। ତାଙ୍କୁ ଭାରତର ଜାତୀୟ ଏକତାର ସ୍ଥପତି ଭାବରେ ସ୍ମରଣ କରାଯାଇଥାଏ। ଦେଶର ସୁରକ୍ଷା, ଏକତା ଏବଂ ଅଖଣ୍ଡତା ବଜାୟ ରଖିବା ପାଇଁ ଏହା ଏକ ପ୍ରତିବଦ୍ଧତାର ଦିନ। ଏହି ଦିବସ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦେଶର ଏକତା ବଜାୟ ରଖିବାରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଅବଦାନକୁ ସମ୍ମାନ ଦେବା। ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଦେଶର ଏକତା ଏବଂ ଅଖଣ୍ଡତାକୁ ପୁନଃ ସ୍ଥାପିତ କରି ଏକ ଶକ୍ତିଶାଳୀ ତଥା ସମୃଦ୍ଧ ଭାରତର ମୂଳଦୁଆ ପକାଇଥିଲେ। ଦେଶକୁ ଏକାଠି କରିବାରେ ସର୍ଦ୍ଦାର ପଟେଲଙ୍କ ଅମୂଲ୍ୟ ଅବଦାନ ବେଶ୍‌ ସ୍ବତନ୍ତ୍ର।
    ଏହି ଅବସରରେ ବିଦ୍ୟାଳୟରେ ବିଭିନ୍ନ ପ୍ରକାରର ପ୍ରତିଯୋଗିତା ଆୟୋଜନ କରାଯାଇଥାଏ। ପ୍ରବନ୍ଧ, ବକ୍ତୃତା ଏବଂ ଅନ୍ୟାନ୍ୟ ପ୍ରତିଯୋଗିତା ମାଧ୍ୟମରେ ଛାତ୍ରୀଛାତ୍ର ଜାତୀୟତାର ମହାନ ପ୍ରତୀକ ମନେ ରଖିବାକୁ ଉତ୍ସାହିତ ହୁଅନ୍ତି ଏବଂ ଭାରତର ଏକତା ଏବଂ ଅଖଣ୍ଡତା ପାଇଁ ପ୍ରତିଶ୍ରୁତିବଦ୍ଧ ହୁଅନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21.6 ° C
    21.6 °
    21.6 °
    92 %
    1kmh
    54 %
    Mon
    30 °
    Tue
    30 °
    Wed
    30 °
    Thu
    29 °
    Fri
    29 °

    ସମ୍ବନ୍ଧିତ