Friday, May 22, 2026
30.4 C
Odisha

    ଯାତ୍ରୀବାହୀ ବସକୁ ପଛପଟୁ ଧକ୍କା ଦେଲା ଟ୍ରକ, ୨ ଗରୁତର ଅବସ୍ଥାରେ ଚିକିତ୍ସାଳୟରେ ଭର୍ତ୍ତି

    ଆଗକୁ ପଢନ୍ତୁ

    ଭଦ୍ରକ: ଯାତ୍ରୀବାହୀ ବସକୁ ପଛପଟୁ ଧକ୍କା ଦେଲା ଟ୍ରକ । ଭଦ୍ରକ ଜିଲ୍ଲା ଜାମୁଝାଡି ବାସୁଦେବପୁର ରାସ୍ତାର ମାତାଜୀ ମଠ ବରଫ କଳ ସାମ୍ନାରେ ଏକ ଯାତ୍ରୀବାହୀ ବସକୁ ପଛପଟୁ ଧକା ଦେଲା ଟ୍ରକ । ୨ ଗରୁତର ଅବସ୍ଥାରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

    ଆଜି ଧାମରାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଡ଼ାଇନା ନାମକ ଏକ ଘରୋଇ ବସ ବରଫ କଳ ପାଖାରେ ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ହଠାତ ଖରାପ ହୋଇଯାଇଥିଲା । ବସ ସଜଡ଼ା ହେଉଥିବା ବେଳେ ବାସୁଦେବପୁର ପଟୁ ଆସୁଥିବା ଏକ ଦ୍ରୁତଗାମୀ ଟ୍ରକ ବସକୁ ଧକ୍କା ଦେଇଥିଲା । ଗାଡ଼ି ତଳେ କାମ କରୁଥିବା ମିସ୍ତ୍ରୀ ହେଲପର ଗୁରୁତର ଆହତ ହୋଇଛନ୍ତି ।

    ସେହିପରି ଆଜି ନୟାଗଡ଼ ଜିଲ୍ଲାରେ ରାସ୍ତାକଡକୁ ଓଲଟିଲା ଯାତ୍ରୀବାହୀ ବସ୍ । ୨୦ରୁ ଅଧିକ ଆହତ ହୋଇଛନ୍ତି । ନୟାଗଡ ଖଣ୍ଡପଡା ରାସ୍ତାର ଖେଡପଡା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଗାଡିଟି ରାକମାରୁ ନୟାଗଡ଼ ଆସୁଥିଲା । ୫୦ରୁ ଅଧିକ ଯାତ୍ରୀଙ୍କୁ ନେଇ ବେବୀ ନାମକ ଏକ ଘରୋଇ ବସ୍ ରାକମାରୁ ନୟାଗଡ଼ ଆସୁଥିଲା । ହେଲେ ନୟାଗଡ଼ ଖଣ୍ଡପଡ଼ା ରାସ୍ତାରେ ଖେଡ଼ପଡ଼ା ନିକଟରେ ଯାତ୍ରୀବାହୀ ବସଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    30.4 ° C
    30.4 °
    30.4 °
    35 %
    1.8kmh
    57 %
    Thu
    30 °
    Fri
    45 °
    Sat
    45 °
    Sun
    45 °
    Mon
    46 °

    ସମ୍ବନ୍ଧିତ