Saturday, October 3, 2026
23.6 C
Odisha

    ପୁଣି ଫେରୁଛି ‘ଖତରୋ କେ ଖିଲାଡି ୧୫’, K ସିମ୍ବଲ୍ ହାତରେ ତିଆରି କରି ପୋଷ୍ଟ ସେୟାର କଲେ ସେଲିବ୍ରିଟି

    ଆଗକୁ ପଢନ୍ତୁ

    ରୋହିତ୍ ସେଟ୍ଟୀଙ୍କ ଲୋକପ୍ରିୟ ଶୋ’ ‘ଖତରୋ କେ ଖିଲାଡି’ ସିଜିନ୍ ୧୫ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି । କିନ୍ତୁ ଅଫିସିଆଲ ଭାବେ ଏପର୍ଯ୍ୟନ୍ତ ସୁଦ୍ଧା ଶୋ’ର ପ୍ରତିଯୋଗିଙ୍କ ନାଁ ଘୋଷଣା କରାଯାଇନାହିଁ । ହେଲେ କିଛି ସେଲିବ୍ରିଟି ଏବେ ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରିଛନ୍ତି । ଏହି ପୋଷ୍ଟ ସୋସିଆଲ ମିଡିଆରେ ସେୟାର ହେବା ପରେ ଦର୍ଶକମାନଙ୍କର ଉତ୍ସାହକୁ ବୃଦ୍ଧି କରିଛି ।

    ରୁବିନା ଦିଲାଇକ୍, ଜାସମିନ୍ ଭାସିନ୍, ଭାରତୀ ସିଂ, ଏଲି ଗୋନି, ହିନା ଖାନ୍, କରଣ ୱାହି ଏବଂ ନିୟା ଶର୍ମା ନିଜ ହାତରେ K ର ସିମ୍ବଲ ତିଆରି କରି ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏହି ଚଳିତ ଶୋ’ରେ ପୁରୁଣା ପ୍ରତିଯୋଗୀଙ୍କ ସମେତ ନୂଆ ପ୍ରତିଯୋଗୀ ମଧ୍ୟ ନଜର ଆସିବେ ବୋଲି ଦର୍ଶକମାନେ ଅନୁମାନ କରୁଛନ୍ତି ।

    ଆପଣଙ୍କୁ ଜଣାଇ ରଖୁଛୁ ଯେ, ଏହା ପୂର୍ବରୁ ନିୟା ଶର୍ମାଙ୍କୁ ‘‘ଖତରୋ କେ ଖିଲାଡି ୮’’ ଏବଂ ଖତରୋ କେ ଖିଲାଡି : ମେଡ୍ ଇନ୍ ଇଣ୍ଡିଆରେ ତାଙ୍କୁ ଦେଖିବାକୁ ମିଳିଥିଲା । ଏଥିସହିତ ଜାସ୍ମିନ୍ ଭସୀନ ‘‘ଖତରୋ କେ ଖିଲାଡି ୯’’ ଏବଂ ‘ଖତରୋ କେ ଖିଲାଡି : ମେଡ୍ ଇନ୍ ଇଣ୍ଡିଆ’’ରେ ନଜର ଆସିଥିଲେ । କରଣ ୱାହି ମଧ୍ୟ ‘‘ଖତରୋ କେ ଖିଲାଡି ୮’’ ଏବଂ ଖତରୋ କେ ଖିଲାଡି : ମେଡ୍ ଇନ୍ ଇଣ୍ଡିଆରେ ନଜର ଆସିଥିଲେ ।

    ସେହିପରି ହିନା ଖାନ୍ ‘‘‘‘ଖତରୋ କେ ଖିଲାଡି ୮’’ ଏବଂ ଖତରୋ କେ ଖିଲାଡି ୧୩’’ ରେ, ଭାରତୀ ସିଂ ‘‘ଖତରୋ କେ ଖିଲାଡି ୯’’ ଏବଂ ‘ଖତରୋ କେ ଖିଲାଡି : ମେଡ୍ ଇନ୍ ଇଣ୍ଡିଆ’’ରେ, ଏଲି ଗୋନି ‘‘ଖତରୋ କେ ଖିଲାଡି ୯’’ ଏବଂ ‘ଖତରୋ କେ ଖିଲାଡି : ମେଡ୍ ଇନ୍ ଇଣ୍ଡିଆ’’ରେ ମଧ୍ୟ ନଜର ଆସିଥିଲେ । ଏହି ଚର୍ଚ୍ଚିତ ପୁରୁଣା ପ୍ରତିଯୋଗୀଙ୍କ ବ୍ୟତୀତ ସୋସିଆଲ ମିଡିଆରେ ଫରହାନା ଭଟ୍ଟ, କରଣ କୁନ୍ଦ୍ରା, ରକି ଜାୟସବାଲ, ଅବିନାଶ ମିଶ୍ରା ଏବଂ ଜସମିତ କୌର ନିଜ ହାତରେ Kର ଏକ ସିମ୍ବଲ୍ ହାତରେ କରି ପୋଷ୍ଟ ସେୟାର କରିଛନ୍ତି ।

    ଏମାନଙ୍କ ସମେତ ଅଙ୍କିତ୍ ଗୁପ୍ତା, ମନୀଷା ରାନୀ, ଗୌରବ ଖାନ୍ନା, ଈଶା ମାଲବୀୟ, ଦିଗବିଜୟ ରାଠୀ, ଅରବାଜ ପଟେଲ, ହର୍ଷ ଗୁଜରାଲ, ଅଭିଷେକ ବଜାଜ, ଚୁମ ଦାରଙ୍ଗ, ପ୍ରଣାଳୀ ରାଠୌର, ସମର୍ଥ ଜୁରୈଲ, ଋଷଭ ଜାୟସବାଲ, ଶ୍ରୁତିକା ଅର୍ଜୁନ ଏବଂ ଧନଶ୍ରୀ ବର୍ମାଙ୍କ ନାଁ ଏବେ ସାମ୍ନାକୁ ଆସୁଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    79 %
    1.6kmh
    7 %
    Sat
    23 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ