Wednesday, March 11, 2026
29.1 C
Odisha

    ଯାତ୍ରୀ ପ୍ରତୀକ୍ଷାଳୟ ନଥିବାରୁ ରଘୁନାଥପୁରରେ ହନ୍ତସନ୍ତ ଲୋକେ, ପଦକ୍ଷେପ ନିଆଯାଉନଥିବାରୁ ସାଧାରଣରେ ଦେଖାଯାଇଛି ଅସନ୍ତୋଷ

    ଆଗକୁ ପଢନ୍ତୁ

    କେନ୍ଦୁଝର: ଯାତ୍ରୀ ପ୍ରତୀକ୍ଷାଳୟ ନଥିବାରୁ ଲୋକେ ହନ୍ତସନ୍ତ । କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ରଘୁନାଥପୁର ଛକ ଏକ ମୁଖ୍ୟ ଛକ। ଘଟଗାଁ- ହରିଚନ୍ଦନପୁର ଭିଆଇପି ରୋଡ଼ ଏବଂ ରଘୁନାଥପୁର- ଢେଙ୍କିକୋଟ ରାସ୍ତା ଏହି ଛକକୁ ସଂଯୋଗ କରୁଛି। ଦୈନନ୍ଦିନ ଏହି ଦୁଇ ରାସ୍ତା ଦେଇ ଛୋଟ ବଡ଼ ହଜାର ହଜାର ଯାନବାହନ ଯାତାୟାତ କରିଥାଏ ।

    ଆଖପାଖ ଅଞ୍ଚଳର ଲୋକେ ନିଜର ଗନ୍ତବ୍ୟ ସ୍ଥଳକୁ ଯିବା ପାଇଁ ରଘୁନାଥପୁର ଛକ ଉପରେ ନିର୍ଭର କରିଥାନ୍ତି । ହେଲେ ଯାତ୍ରୀଙ୍କ ସୁବିଧା ପାଇଁ କୌଣସି ବ୍ୟବସ୍ଥା ନାହିଁ । ଏଠାରେ ଥିବା ଯାତ୍ରୀ ପ୍ରତୀକ୍ଷାଳୟ ଜରାଜୀର୍ଣ୍ଣ ହୋଇପଡିଛି । ନୂତନ ଯାତ୍ରୀ ପ୍ରତୀକ୍ଷାଳୟ ନିର୍ମାଣ ପାଇଁ ବହୁବାର ଦାବି ସତ୍ତ୍ୱେ ପଦକ୍ଷେପ ନିଆଯାଉନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.1 ° C
    29.1 °
    29.1 °
    20 %
    2.6kmh
    0 %
    Wed
    31 °
    Thu
    38 °
    Fri
    39 °
    Sat
    40 °
    Sun
    37 °

    ସମ୍ବନ୍ଧିତ