Friday, April 10, 2026
37.3 C
Odisha

    ଯାନ୍ତ୍ରିକ ତ୍ରୁଟି: ଫେରିଆସିଲା ଏୟାର ଇଣ୍ଡିଆ ବିମାନ

    ଆଗକୁ ପଢନ୍ତୁ

    ମୁମ୍ବାଇ : ମୁମ୍ବାଇରୁ ବେଙ୍ଗାଲୁରୁ ଅଭିମୁଖେ ଗୁରୁବାର ଉଡାଣ କରିଥିବା ଏୟାର ଇଣ୍ଡିଆ ବିମାନ ଏଆଇ୨୮୧୨ରେ ଯାନ୍ତ୍ରିକ ତ୍ରୁଟି ଦେଖାଯାଇଛି। ଉଡାଣର କିଛି ସମୟ ପରେ ଯାନ୍ତ୍ରିକ ତ୍ରୁଟି ଦେଖାଯିବାରୁ ବିମାନଟି ବେଙ୍ଗାଲୁରୁ ନ ଯାଇ ମୁମ୍ବାଇ ଫେରିଆସିଥିଲା। ଏୟାର ଇଣ୍ଡିଆ ମୁଖପାତ୍ର କହିଛନ୍ତି ଯେ ବିମାନରେ ଯାନ୍ତ୍ରିକ ତ୍ରୁଟି ନେଇ ସନ୍ଦେହ ପ୍ରକାଶ ପାଇଥିଲା। ତେଣୁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରକ୍ରିୟା ଅନୁଯାୟୀ ବିମାନଟିକୁ ଫେରାଇ ଅଣାଯାଇଥିଲା। ବିମାନଟି ସୁରକ୍ଷିତ ଭାବେ ଅବତରଣ କରିଥିବାବେଳେ ଏଥିରେ ଥିବା ସମସ୍ତ ଯାତ୍ରୀ ଓ କର୍ମଚାରୀ ସୁରକ୍ଷିତ ଅଛନ୍ତି। ଅବତରଣ ପରେ ବିମାନର ସବିଶେଷ ବୈଷୟିକ ଯାଞ୍ଚ କରାଯାଉଛି। ବିମାନ ଉଡାଣରେ ଏପରି ଅସୁବିଧା ପାଇଁ ଏୟାର ଇଣ୍ଡିଆ ଏହାର ଯାତ୍ରୀଙ୍କ ନିକଟରେ ଦୁଃଖପ୍ରକାଶ କରିଛି। ଏୟାର ଇଣ୍ଡିଆ କହିଛି ଯେ ଯାତ୍ରୀ ଓ କର୍ମଚାରୀଙ୍କ ସୁରକ୍ଷା ଏହାର ସର୍ବପ୍ରଥମ ଗୁରୁତ୍ବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.3 ° C
    37.3 °
    37.3 °
    14 %
    4.2kmh
    0 %
    Fri
    37 °
    Sat
    39 °
    Sun
    41 °
    Mon
    42 °
    Tue
    43 °

    ସମ୍ବନ୍ଧିତ