Sunday, October 19, 2025
22.9 C
Odisha

    ଯୁକ୍ତ ଦୁଇ ପରୀକ୍ଷା ନେଇ CHSEର ବଡ଼ ସୂଚନା, ପରୀକ୍ଷା ସରିବାର ୪୫ ଦିନ ପରେ ରେଜଲ୍ଟ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଯୁକ୍ତ ଦୁଇ ପରୀକ୍ଷା ପ୍ରସ୍ତୁତି ନେଇ CHSEର ବଡ଼ ସୂଚନା । ୧୨୭୬ ସେଣ୍ଟରରେ ପରୀକ୍ଷା ଦେବେ ୩,୯୩,୬୧୮ ପରୀକ୍ଷାର୍ଥୀ । ଫେବ୍ରୁଆରୀ ୧୮ରୁ ମାର୍ଚ୍ଚ ୨୭ ତାରିଖ ଯାଏଁ ଯୁକ୍ତ ଦୁଇ ପରୀକ୍ଷା ହେବ । ସବୁ ସେଣ୍ଟରରେ ସିସିଟିଭି ବ୍ୟବସ୍ଥା ହୋଇଥିବା ନେଇ ସୂଚନା ଦିଆଯାଇଛି । ଫେବୃଆରୀ 18 ତାରିଖରୁ ପରୀକ୍ଷା ଆରମ୍ଭ ହେବାକୁ ଥିବା ବେଳେ ସକାଳ 10ଟାରୁ ଅପରାହ୍ନ 1ଟା ପରୀକ୍ଷା ହେବା ନେଇ ଘୋଷଣା କରାଯାଇଛି । ମୋଟ 22 ସିଟିଂରେ ପରୀକ୍ଷା ହେବ । +୨ ପରୀକ୍ଷା ସରିବାର ୪୫ ଦିନ ପରେ ରେଜଲ୍ଟ ପ୍ରକାଶ ପାଇବ । ଯେଉଁ ନିୟମ ରହିଛି ସେହି ଅନୁସାରେ ରେଜଲ୍ଟ ବାହାରିବା ନେଇ ସିଏଚଏସଇ ପକ୍ଷରୁ ସୂଚନା ଦିଆଯାଇଛି ।ପେପର ଲିକ୍ ଯେପରି ନହୁଏ ସେଥିପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ।
    ବର୍ତ୍ତମାନ ଠାରୁ ଖରା ବୃଦ୍ଧି ପାଉଥିବା ବେଳେ ପରୀକ୍ଷା ହଲରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଓଆରଏସ ପାଣି ରଖାଯାଇଥିବା ବେଳେ କୌଣସି ଅପପ୍ରଚାରରେ ପ୍ରଭାବିତ ନହେବା ପାଇଁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦିଆଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    22.9 ° C
    22.9 °
    22.9 °
    95 %
    1.3kmh
    100 %
    Sun
    23 °
    Mon
    28 °
    Tue
    29 °
    Wed
    30 °
    Thu
    29 °

    ସମ୍ବନ୍ଧିତ