Tuesday, March 24, 2026
35.6 C
Odisha

    ଯୁଦ୍ଧ ପାଇଁ ଆସି ପାରୁନି ତୈଳ ଟ୍ୟାଙ୍କର, ରାଜ୍ୟରେ ଅଭାବ ହେଲାଣି ପେଟ୍ରୋଲ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ରାଜ୍ୟରେ ଅଭାବ ହେଲାଣି ପେଟ୍ରୋଲ । ପେଟ୍ରୋଲ ନମିଳିବାରୁ ହଇରାଣ ହେଉଛନ୍ତି ଗାଡି ଚାଳକ। ଗତ ଦୁଇ ଦିନ ଧରି ସହରର ଅଧିକାଂଶ ପେଟ୍ରୋଲ ପମ୍ପରେ ପେଟ୍ରୋଲ ମିଳୁନଥିବା ଅଭିଯୋଗ କରିଛନ୍ତି ଚାଳକମାନେ । ଏହାର ସିଧାସଳଖ ପ୍ରଭାବ ପଡିଛି ଦୈନିକ ଯାତାୟାତ ଉପରେ, ଯାହା ଫଳରେ ରାଜଧାନୀବାସୀ ଭାରି ଅସୁବିଧାରେ ପଡୁଛନ୍ତି ।

    ମଧ୍ୟ ପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବରୁ ତୈଳ ସମସ୍ୟା ଗମ୍ଭୀର ହୋଇଯାଇଛି ।  ଯୁଦ୍ଧ ପାଇଁ ହର୍ମୁଜ ବାଟ ବନ୍ଦ ରହିଥିବାରୁ ଆସି ପାରୁନି ତୈଳ ଟ୍ୟାଙ୍କର । ଯାହାର ପ୍ରଭାବ ରାଜଧାନୀ ଭୁବନେଶ୍ୱରରେ ପଡିଛି । କିଛି ପେଟ୍ରୋଲ ପମ୍ପରେ ତେଲ ନଥିବା କାରଣରୁ ବନ୍ଦ ହୋଇ ପଡିଛି ପେଟ୍ରୋଲ ପମ୍ପ । ଭୁବନେଶ୍ୱର ଲୁଇସ ରୋଡରେ ବି ମିଳୁନି ପେଟ୍ରୋଲ । ଆଜିକୁ ଦୁଇ ଦିନ ହେବ ପେଟ୍ରୋଲ ମିଳୁନ ଥିବାରୁ ଗ୍ରାହକମାନେ ହଇରାଣ ହେଉଛନ୍ତି । ପେଟ୍ରୋଲ ସଂକଟ ଦିନକୁ ଦିନ ଗଭୀର ହେଉଥିବାବେଳେ ଏହାର ସମାଧାନ ପାଇଁ ସରକାର ଓ ସମ୍ବନ୍ଧିତ ବିଭାଗର ତୁରନ୍ତ ପଦକ୍ଷେପ ଆବଶ୍ୟକ ବୋଲି ଦାବି କରିଛନ୍ତି ସାଧାରଣ ଲୋକ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    35.6 ° C
    35.6 °
    35.6 °
    19 %
    1.9kmh
    0 %
    Tue
    36 °
    Wed
    38 °
    Thu
    38 °
    Fri
    40 °
    Sat
    39 °

    ସମ୍ବନ୍ଧିତ