Friday, May 23, 2025
27.5 C
Odisha

    ଯୁଦ୍ଧ ସମ୍ଭାବନା ମଧ୍ୟରେ କ୍ରାସ୍ ହେଲା ପାକିସ୍ତାନର ଷ୍ଟକ ମାର୍କେଟ

    ଆଗକୁ ପଢନ୍ତୁ

    ଇସ୍‌ଲାମ୍‌ବାଦ: ଭାରତ ସହ ଉତ୍ତେଜନା ଭିତରେ ପାକିସ୍ତାନର ଷ୍ଟକ ମାର୍କେଟ କ୍ରାସ୍ କରିଛି । କରାଚି ଷ୍ଟକ ଏକ୍ସଚେଞ୍ଜର ପ୍ରମୁଖ ପ୍ରମୁଖ ସୂଚକାଙ୍କ ବେଞ୍ଚମାର୍କ କେଏସଇ- ହଣ୍ଡ୍ରେଡ ୧୦୦ କାରବାର ସମୟରେ ୩ ହଜାର ୨୦୦ ଅଙ୍କ ତଳକୁ ଖସିଆସିଛି । ଯାହାକୁ ନେଇ ନିବେଶକଙ୍କ ମଧ୍ୟରେ ହାହାକାର ଖେଳିଯାଇଛି । ଭାରତର ଆକ୍ରମଣ ଭୟରେ ପାକିସ୍ତାନ ସେୟାର ମାର୍କେଟ ବଡ଼ ଧରଣର କ୍ଷତି ସହିଛି । ମଙ୍ଗଳବାର ସନ୍ଧ୍ୟାରେ ପାକିସ୍ତାନ ସୂଚନା ମନ୍ତ୍ରୀ ଆତା ଉଲ୍ଲା ତାରଡ କହିଥିଲେ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆଗାମୀ ୨୪ରୁ ୪୮ ଘଣ୍ଟା ଭିତରେ ଆକ୍ରମଣ କରିପାରେ ଭାରତ । ଏହି ବୟାନ ପରେ ପାକିସ୍ତାନ ସେୟାର ବଜାରରେ ଅନିଶ୍ଚିତତା ଦେଖା ଦେଇଥିଲା ।

    ବୁଧବାର କାରବାର ଶେଷ ହେବା ବେଳକୁ କେଏସଇ- ହଣ୍ଡ୍ରେଡର ୧ ଲକ୍ଷ ୧୧ ହଜାର ୧୯୨ ଦଶମିକ ୯୨କୁ ଖସି ଆସିଛି । ଦିନ ସାଢେ ଗୋଟାଏରେ ଇଣ୍ଡେକ୍ସ ସର୍ବନିମ୍ନସ୍ତରକୁ ଖସି ୩ ହଜାର ୨୫୫ ଦଶମିକ ୪୨ରେ କାରବାର କରିଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.5 ° C
    27.5 °
    27.5 °
    70 %
    0.5kmh
    99 %
    Fri
    34 °
    Sat
    33 °
    Sun
    36 °
    Mon
    35 °
    Tue
    36 °

    ସମ୍ବନ୍ଧିତ