Monday, March 2, 2026
34.4 C
Odisha

    ଯୁବକଙ୍କୁ ଖଣ୍ଡାରେ ହାଣି ଟଙ୍କା, ସୁନା ଚେନ୍‌ ଲୁଟ

    ଆଗକୁ ପଢନ୍ତୁ

    ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଧୀନ ଚାନ୍ଦପୁର ଏକ ଜରି ଫେକ୍ଟ୍ରି ନିକଟରେ ଜଣେ ଯୁବକଙ୍କୁ ଅଟକାଇ ଖଣ୍ଡାରେ ଆକ୍ରମଣ କରି ୩୦ ହାଜର ଟଙ୍କା ସହ ସୁନା ଚେନ୍‌ ଲୁଟି ନେଇଥିବା ଅଭିଯୋଗ ହୋଇଛି। ତଦନ୍ତ ପରେ ପୋଲିସ ଶୁକ୍ରବାର ରାତିରେ ଘଟଣାରେ ସମ୍ପୃକ୍ତ ଜଣେ ଅଭଯୁକ୍ତଙ୍କୁ ଗିରଫ କରିଛି l ଗିରଫ ଯୁବକ ଜଣକ ହେଲେ ଥାନା ଅଧୀନ ପଞ୍ଚମା ଗ୍ରାମର ପିଣ୍ଟୁ ନାହାକ। ଗୋଳନ୍ଥରା ଥାନା ଅଧୀନ ଚାନ୍ଦପୁର ଗ୍ରାମର କାହ୍ନୁ ଚରଣ ମହାନ୍ତି ଗୁରୁବର ରାତି ୨ଟାରେ ବ୍ରହ୍ମପୁରରୁ ନିଜ ଗାଁକୁ ବାଇକ୍‌ରେ ଫେରୁଥିଲେ। ସେତିକିବେଳେ ଗାଁ ନିକଟରେ ଥିବା ଏକ ଜରି ଫେକ୍ଟ୍ରି ନିକଟରେ ପିଣ୍ଟୁ ନାହାକଙ୍କ ସମେତ କେତେଜଣ ଅସାମାଜିକ ଯୁବକ ତାଙ୍କୁ ଅଟକାଇ ଖଣ୍ଡାରେ ଆକ୍ରମଣ କରିଥିଲେ। ପରେ ସେମାନେ ପିଣ୍ଟୁଙ୍କଠାରୁ ୩୦ହାଜର ଟଙ୍କା ସହ ପିନ୍ଧିଥିବା ଏକ ସୁନା ଚେନ୍‌ ଲୁଟିନେଇ ଫେରାର ହୋଇଯାଇଥିଲେ।ଏନେଇ କାହ୍ନୁ ଗୋଳନ୍ଥରା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା(ନଂ.୩୪୯/୨୩) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପୋଲିସ ଶୁକ୍ରବାର ରାତିରେ ପଞ୍ଚମାରେ ଚଢ଼ାଉ କରି ଗୋଡାଇ ଗୋଡାଇ ଅଭିଯୁକ୍ତ ପିଣ୍ଟୁଙ୍କୁ କାବୁ କରିଥିଲା l ପିଣ୍ଟୁକୁ ପୋଲିସ ଗିରଫ କରିଥିବା ବେଳେ ଶନିବାର କୋର୍ଟ ଚାଲାଣ କରାଯିବା ବୋଲି ସୂଚନା ମିଳିଛି l ଘଟଣାରେ ଅନ୍ୟ ଯେଉଁମାନେ ସମ୍ପୃକ୍ତ ରହିଛନ୍ତି ସେମାନଙ୍କୁ ମଧ୍ୟ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ଥାନା ଅଧିକାରୀ ବିବେକାନନ୍ଦ ସ୍ବାଇଁ କହିଛନ୍ତି। ଏପରିକି ପିଣ୍ଟୁ ନାଁରେ ପୂର୍ବରୁ ଗୋଳନ୍ଥରା ଥାନା ଏକାଧିକ ମାମଲା ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    34.4 ° C
    34.4 °
    34.4 °
    18 %
    4.2kmh
    6 %
    Mon
    35 °
    Tue
    36 °
    Wed
    37 °
    Thu
    38 °
    Fri
    39 °

    ସମ୍ବନ୍ଧିତ