Wednesday, August 19, 2026
23 C
Odisha

    ଯୁବକଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ, ଅପରାଧୀଙ୍କୁ ଧରିବା ପାଇଁ ପୋଲିସର ଚଢ଼ାଉ ଜାରି

    ଆଗକୁ ପଢନ୍ତୁ

    ପିପିଲି : ଯୁବକଙ୍କୁ ଗୋଡ଼େଇ ଗୋଡ଼େଇ ମାଛ କଟା ପନିକିରେ ହାଣିଲେ l ଗାଡ଼ି ଚଢ଼ାଇ ଦେଲେ । କଣାସ ଗୋଲାବଜାରରେ ଯୁବକକୁ ହାଣିଲେ ଦୁର୍ବୃତ୍ତ । ମାଛ ମାର୍କେଟରେ ଯୁବକକୁ ମାଛକଟା ପନିକିରେ ହାଣିବା ପରେ ଗାଡ଼ି ଚଢ଼ାଇ ଦେଲେ ଦୁର୍ବୃତ୍ତ । ଦୋକନ୍ଦା ଗାଁର ଇଲୁ ଭାରିମଲଙ୍କ ଉପରେ ତିନି ଜଣ ଆକ୍ରମଣ କରିଛନ୍ତି । ପୂର୍ବ ଶତ୍ରୁତାରୁ ଆକ୍ରମଣ ହୋଇଥିବା ସୂଚନା ମିଳିଛି। ଆହତ ଯୁବକ ଜଣକଙ୍କ ନାଁରେ ବିଭିନ୍ନ ଥାନାରେ ରହିଛି ୬ଟି ଅପରାଧିକ ମାମଲା l ସେହିପରି ଆକ୍ରମଣକାରୀ ଯୁବକଙ୍କ ନାଁରେ ମଧ୍ୟ ବିଭିନ୍ନ ଥାନାରେ ୧୦ ଟି ଅପରାଧିକ ମାମଲା ରହିଛି l ପୂର୍ବରୁ ବିଭିନ୍ନ ଅପରାଧିକ ମାମଲାରେ ଉଭୟ ସଂପୃକ୍ତ ଥିଲେ । ଗୁରୁତର ଅବସ୍ଥାରେ ଯୁବକଙ୍କୁ ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଚିକିତ୍ସା କରାଯାଉଛି l ଅପରାଧୀଙ୍କୁ ଧରିବା ପାଇଁ ୩ଟି ସ୍ପେଶାଲ ଟିମ ଗଠନ କରାଯାଇ ବିଭିନ୍ନ ସ୍ଥାନ ରେ ଚଢ଼ାଉ କରୁଛି ପୋଲିସ l

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23 ° C
    23 °
    23 °
    95 %
    1.7kmh
    100 %
    Wed
    28 °
    Thu
    26 °
    Fri
    27 °
    Sat
    28 °
    Sun
    25 °

    ସମ୍ବନ୍ଧିତ