Monday, June 1, 2026
27.3 C
Odisha

    ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ପରେ ଅପହରଣ : ୫ ଦିନ ପରେ ବି ମିଳୁନି ପତ୍ତା, ଥାନା ଘେରିଲେ ଉତ୍ତ୍ୟକ୍ତ ଲୋକ

    ଆଗକୁ ପଢନ୍ତୁ

    ଆଳି : କେନ୍ଦ୍ରାପଡ଼ା ଆଳି ଥାନା ଘେରିଲେ ଉତ୍ତ୍ୟକ୍ତ ଲୋକ ।  ଯୁବକକୁ ମରଣାନ୍ତକ ଆକ୍ରମଣ ପରେ ଅପହରଣ ଅଭିଯୋଗ ।  ୫ ଦିନ ପରେ ମଧ୍ୟ ଯୁବକଙ୍କ ପତ୍ତା ମିଳୁନାହିଁ  ।  ନ୍ୟାୟ ଦାବିରେ ଆଳି ଥାନା ଘେରିଲେ ଗ୍ରାମବାସୀ ।  ମହାଦେଇପାଟଣା ଗାଁରେ ଗାଡ଼ି ଭଙ୍ଗାରୁଜାକୁ ନେଇ ହୋଇଥିଲା ଆକ୍ରମଣ ।

    ଗାଡି ଭଙ୍ଗା ରୁଜାକୁ କେନ୍ଦ୍ର କରି ଯୁବକଙ୍କୁ ମରାଣାନ୍ତକ ଆକ୍ରମଣ ! କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ମହାଦେଇପାଟଣା ଗାଁରେ ଗାଡି ଭଙ୍ଗାରୁଜାକୁ କେନ୍ଦ୍ରକରି ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରାଯିବା ସହ ପରେ ଅପହରଣ କରାଇଥିବାର ଅଭିଯୋଗ ହୋଇଛି ।  ଏନେଇ ଯୁବକଙ୍କ ବାପା ଅରୁଣ କୁମାର ସେଠୀ ଆଳି ଥାନାରେ ଗତ ୨୯ତାରିଖ ଦିନ ଏତଲା କରିଛନ୍ତି ।

    ଅପହରଣ ପୂର୍ବରୁ ଯୁବକଙ୍କ ହାତଗୋଡ଼ ବାନ୍ଧି ୭ ରୁ ୧୦ଜଣ ବ୍ୟକ୍ତି ବାଡ଼ିରେ ନିସ୍ତୁକ ମାଡ଼ ମାରୁଥିବାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।  କିନ୍ତୁ ଅପହରଣ ଘଟଣାର ୫ ଦିନପରେ ମଧ୍ୟ ଯୁବକ ଗୌରାଙ୍ଗ ସେଠୀଙ୍କ ପତ୍ତା ମିଳୁନି । ଗୌରାଙ୍ଗ ମୃତ ନାଁ ଜୀବିତ ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପରିବାର ଲୋକେ । ଅନ୍ୟପଟେ ଆଳି ପୋଲିସ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି । ଏନେଇ ପୋଲିସର ପତିକ୍ରିୟା ମିଳି ପାରିନାହିଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    27.3 ° C
    27.3 °
    27.3 °
    70 %
    2.1kmh
    47 %
    Mon
    27 °
    Tue
    39 °
    Wed
    41 °
    Thu
    43 °
    Fri
    43 °

    ସମ୍ବନ୍ଧିତ