Sunday, July 12, 2026
27.7 C
Odisha

    ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, ପାହାଡ଼ ନିକଟରୁ ମୃତଦେହ ଉଦ୍ଧାର

    ଆଗକୁ ପଢନ୍ତୁ

    ଯାଜପୁର : ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ । ପାହାଡ଼ ନିକଟରୁ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ହେଲେ ଯାଜପୁର ଜିଲ୍ଲା ଯଖପୁରା ଥାନା ଅସନବାହାଳୀ ଗାଁର ଭବାନୀ ଶଙ୍କର । ଧର୍ମଶାଳା ଥାନା ଅଧୀନ ତରାପୁର ପାହାଡ଼ ନିକଟରୁ ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତ ଭବାନୀଙ୍କ ମାଆ ରଂଜିତା ସିଂ ନିଆଳି ଥାନାରେ ପୋଲିସ ASI ଭାବେ କାର୍ଯ୍ୟରତ ଅଛନ୍ତି ।

    ଗତକାଲି ସନ୍ଧ୍ୟାରେ ଭାବନୀ ଏକ କାରରେ ତରାପୁର ପାହାଡ଼ ନିକଟକୁ ଆସିଥିଲେ । କୌଣସି କାରଣରୁ ସେଠାରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଦୁଇ ଜଣ ଯୁବକ ତାଙ୍କୁ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାସ୍ଥଳରେ ଧର୍ମଶାଳା ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ୨ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ । ନିଶା କାରବାରକୁ ନେଇ ଘଟଣା ଘଟିଥିବା ସନ୍ଦେହ କରାଯାଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.7 ° C
    27.7 °
    27.7 °
    69 %
    1.8kmh
    82 %
    Sun
    28 °
    Mon
    34 °
    Tue
    27 °
    Wed
    31 °
    Thu
    34 °

    ସମ୍ବନ୍ଧିତ