Sunday, August 23, 2026
24.2 C
Odisha

    କବିସୂର୍ଯ୍ୟନଗର ହାଜତ ମୃତ୍ୟୁ ମାମଲା, ପୋଲିସ ବିରୋଧରେ ହୋଇପାରେ କ୍ରିମିନାଲ କେସ୍

    ଆଗକୁ ପଢନ୍ତୁ

    ଭୁବନେଶ୍ବର  : କବିସୂର୍ଯ୍ୟନଗର ହାଜତ ମୃତ୍ୟୁ ମାମଲାରେ ପୋଲିସ ବିରୋଧରେ ହୋଇପାରେ କ୍ରିମିନାଲ କେସ୍ । HRPC ତଦନ୍ତ ରିପୋର୍ଟ ଉପରେ ନିର୍ଭର କରୁଛି ନିଲମ୍ବିତ ଅଧିକାରୀଙ୍କ ଭାଗ୍ୟ । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନାରେ ୩୨ ବର୍ଷୀୟ ଦିବ୍ୟାଙ୍ଗ ଶ୍ରମିକ ସୁଶାନ୍ତ ସାହୁଙ୍କ ହାଜତ ମୃତ୍ୟୁ ମାମଲାରେ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ପରେ, ଏବେ ସମ୍ପୃକ୍ତ ପୋଲିସ କର୍ମଚାରୀଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ ହେବାର ସମ୍ଭାବନା ବଢ଼ିଛି । ଘଟଣାର ଅନୁସନ୍ଧାନ ପାଇଁ ମାନବାଧିକାର ସୁରକ୍ଷା ସେଲକୁ ଦାୟିତ୍ୱ ଦେଇଛନ୍ତି ପୋଲିସ ଡିଜି । HRPCର ପ୍ରାଥମିକ ରିପୋର୍ଟ ଆସିବା ପରେ ଦୋଷୀ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ଓ ନିର୍ଯାତନା ଭଳି ସଙ୍ଗିନ ଦଫା ଲଗାଯାଇପାରେ ।

    ନିରପେକ୍ଷ ତଦନ୍ତ ପାଇଁ କବିସୂର୍ଯ୍ୟନଗର ଥାନା ଦାୟିତ୍ୱରେ ଥିବା ଟ୍ରେନିଙ୍ଗ୍ IPS ଅଫିସର ନୀତେଶ ମିଶ୍ରଙ୍କୁ ସେଠାରୁ ହଟାଇ ଦିଆଯାଇଛି। ଏହାସହ SI ସମୀର କୁମାର ରାଉତ, ASI ବୈକୁଣ୍ଠ ଜେନା ଏବଂ କନଷ୍ଟେବଳ ସୁମନ ସାହୁଙ୍କୁ ନିଲମ୍ବିତ କରାଯାଇଛି। ସ୍ୱଚ୍ଛତା ରକ୍ଷା କରିବାକୁ କବିସୂର୍ଯ୍ୟନଗର ଥାନା ଏବଂ ବାଲିଛାଇ ଆଉଟପୋଷ୍ଟର ସମସ୍ତ କର୍ମଚାରୀଙ୍କୁ ବଦଳି କରାଯାଇଛି। ମେ’ ୨୫ରୁ ୩୧ ତାରିଖ ପର୍ଯ୍ୟନ୍ତ ସୁଶାନ୍ତଙ୍କୁ ହାଜତ ଭିତରେ ମାଡ଼ ମାରିବା, ଗରମ ପାଣି ଢାଳିବା ଏବଂ ଲଙ୍କାଗୁଣ୍ଡ ବ୍ୟବହାର କରିବା ଭଳି ଥାର୍ଡ ଡିଗ୍ରୀ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର MKCG ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।

    HRPCର ତଦନ୍ତ ପ୍ରକ୍ରିୟା, ଶବ ବ୍ୟବଚ୍ଛେଦ ରିପୋର୍ଟ ଏବଂ ସାକ୍ଷୀଙ୍କ ବୟାନକୁ ଆଧାର କରି ଦୋଷୀ ପୋଲିସ କର୍ମଚାରୀଙ୍କ ନାଁରେ ଅପରାଧିକ ମାମଲା ରୁଜୁ ହେବ। ଅନ୍ୟପଟେ ଏହି ସମ୍ବେଦନଶୀଳ ମାମଲାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇବା ସହ ବିରୋଧୀ ଦଳ ସରକାରଙ୍କ ଉପରେ ଚାପ ପକାଇବା ଆରମ୍ଭ କଲେଣି। HRPCକୁ ଏକ ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ନିଜର ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି। ସେପଟେ NHRC କିମ୍ବା କୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ପ୍ରସ୍ତୁତି ହେଲେଣି ମୃତ ସୁଶାନ୍ତଙ୍କ ପରିବାର ଲୋକେ । ଏଥିସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠଆନ ସହ ଉପଯୁକ୍ତ କ୍ଷତିପୂରଣ ଦାବି କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.2 ° C
    24.2 °
    24.2 °
    96 %
    1.2kmh
    100 %
    Sat
    24 °
    Sun
    29 °
    Mon
    29 °
    Tue
    26 °
    Wed
    27 °

    ସମ୍ବନ୍ଧିତ