ମୟୁରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଯୋକା ପଞ୍ଚାୟତରେ କଙ୍ଗାରୁ କୋର୍ଟର ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ବେସ୍ ଆଲୋଡ଼ନ ସୃଷ୍ଟି କରିଛି। ଏକ ବିବାହିତା ମହିଳା ଓ ଯୁବକଙ୍କୁ ଗାଁ ପଞ୍ଚାୟତରେ ବିଚାର କରାଯାଇ ଦଣ୍ଡିତ କରାଯାଉଥିବା ଭିଡ଼ିଓକୁ ନେଇ ପୁଲିସ ତନାଘନା ଆରମ୍ଭ କରିଛି। ମିଳିଥିବା ସୂଚନା ଅନୁସାରେ, ରତିଲା ଗ୍ରାମର ଜଣେ ଯୁବକଙ୍କ ସହ ଯୋକା ଗ୍ରାମର ଜଣେ ଦୁଇ ସନ୍ତାନର ବିବାହିତା ମହିଳାଙ୍କ ମଧ୍ୟରେ ଇନଷ୍ଟାଗ୍ରାମ ଜରିଆରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ତେବେ ଉଭୟ କୌଣସି ଏକାନ୍ତ ସ୍ଥାନରେ ପରସ୍ପରକୁ ସାକ୍ଷାତ କରିଥିଲେ। ଏହା ଗାଁର କେତେକ ଯୁବକ ଦେଖି ସେମାନଙ୍କୁ କାବୁ କରି ଗଛରେ ବାନ୍ଧିଥିଲେ।
