Monday, April 13, 2026
33 C
Odisha

    ଯୌତୁକ ଜୁଇରେ ଜଳିଗଲା ଆଉ ଜଣେ ନବବଧୂ

    ଆଗକୁ ପଢନ୍ତୁ

    ଯୌତୁକ ଜୁଇରେ ଜଳି ଯାଇଛି ଆଉ ଜଣେ ନବବଧୂ । ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ସେଣ୍ଢାଗ୍ରାମରେ ଯୌତୁକ ପାଇଁ ନବବଧୂକୁ ହତ୍ୟା ଅଭିଯୋଗ। ମୃତ ନବବଧୂ ଅନୁଗୁଳ ଜିଲ୍ଲା ଜରପଡା ଥାନା ଜରଡ଼ା ଗ୍ରାମର ରୋଜାଲିନ ସାହୁ। ଗତ ମଇ ମାସରେ ଜରଡ଼ା ଗ୍ରାମର କ୍ଷୀରୋଦ ସାହୁଙ୍କ ୧୯ ବର୍ଷୀୟା କନ୍ୟା ରୋଜାଲିନ ସହ ସେଣ୍ଢା ଗ୍ରାମର ଘନଶ୍ୟାମ ସାହୁଙ୍କ ବୈଦିକ ରୀତିରେ ବିବାହ ହୋଇଥିଲା। ବିବାହ ପରଠାରୁ ସ୍ଵାମୀ ଘରଲୋକେ ଯୌତୁକ ଦାବିରେ ଶାରୀରିକ ନିର୍ଯାତନା ଦେବାରୁ କିଛି ଦିନପାଇଁ ବାପ ଘରକୁ ଚାଲିଯାଇଥିଲା ମୃତ ରୋଜାଲିନ। ପରେ ବାପ ଘରଲୋକେ ବୂଝାସୁଝା କରି ସ୍ଵାମୀ ପାଖରେ ଛାଡି ଚାଲିଯାଇଥିବାବେଳେ ଆଜି ରୋଜାଲିନଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟିଥିଲା। ମୃତ ରୋଜାଲିନଙ୍କ ବାପାଙ୍କ ଅଭିଯୋଗ ଆଧାରରେ କୁଣ୍ଢେଇ ଗୋଳା ଥାନା ପୁଲିସ ଯୌତୁକ ଓ ହତ୍ୟା ସମେତ ବିଭିନ୍ନ ଦଫାରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖିଥିବା ଜଣା ପଡିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    33 ° C
    33 °
    33 °
    17 %
    1.6kmh
    0 %
    Mon
    36 °
    Tue
    41 °
    Wed
    43 °
    Thu
    44 °
    Fri
    43 °

    ସମ୍ବନ୍ଧିତ