Saturday, April 4, 2026
29 C
Odisha

    ରଖେ ହରି ତ ମାରେ କିଏ, ଖାଲଖମା ରାସ୍ତା ଯୋଗୁଁ ପୁଣି ନୂଆ ଜୀବନ ପାଇଲେ ବ୍ରେନ ଡେଡ୍ ମହିଳା

    ଆଗକୁ ପଢନ୍ତୁ

    ପିଲିଭିତ : ଆଶ୍ଚର୍ଯ୍ୟ ଓ ଅବିଶ୍ବସନୀୟ । ରାସ୍ତାରେ ଥିବା ଖାଲଖମା ଦୁର୍ଘଟଣା ଏବଂ ମୃତ୍ୟୁର କାରଣ ସାଜିଥାଏ, ସେଠି ଖାଲ ଯୋଗୁଁ ମହିଳାଙ୍କ ପାଇଁ ଆଶୀର୍ବାଦ ସାବ୍ୟସ୍ତ ହୋଇଛି । ଡାକ୍ତରଙ୍କ ଦ୍ୱାରା ‘ବ୍ରେନ୍ ଡେଡ୍’ ଘୋଷଣା ହୋଇସାରିଥିବା ଜଣେ ମହିଳା ଆମ୍ବୁଲାନ୍ସରେ ଫେରୁଥିବା ସମୟରେ ଏକ ବଡ଼ ଖାଲରେ ପଡ଼ି ଝଟକା ଖାଇବା ପରେ ଆଶ୍ଚର୍ଯ୍ୟଜନକ ଭାବେ ପୁଣି ବଞ୍ଚି ଉଠିଛନ୍ତି ।

    ପୀଡ଼ିତା ମହିଳାଙ୍କ ନାମ ବିନୀତା ଶୁକ୍ଳା । ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ବରେଲିର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ତାଙ୍କର ବଞ୍ଚିବାର କୌଣସି ଆଶା ନାହିଁ ଏବଂ ସେ ‘ବ୍ରେନ୍ ଡେଡ୍’ ହୋଇଯାଇଛନ୍ତି ବୋଲି ଡାକ୍ତରମାନେ ସ୍ପଷ୍ଟ କହିଦେଇଥିଲେ । ଏହାପରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରିଦିଆଯାଇଥିଲା । ଆଉ ଘରେ ଶେଷକୃତ୍ୟ ପ୍ରସ୍ତୁତି ମଧ୍ୟ କରିଦେଇଥିଲେ ।

    ବିନୀତାଙ୍କ ସ୍ୱାମୀ କୁଲଦୀପ କୁମାର ଶୁକ୍ଳା ଏକ ଆମ୍ବୁଲାନ୍ସ ଯୋଗେ ପତ୍ନୀଙ୍କୁ ଧରି ଘରକୁ ଫେରୁଥିଲେ । ମହିଳା ଆମ୍ବୁଲାନ୍ସରେ ଫେରୁଥିବା ସମୟରେ ଏକ ବଡ଼ ଖାଲରେ ପଡ଼ି ଝଟକା ଖାଇବା ପରେ ଆଶ୍ଚର୍ଯ୍ୟଜନକ ଭାବେ ପୁଣି ବଞ୍ଚି ଉଠିଛନ୍ତି । ଆଉ ସେ ଆମ୍ବୁଲାନ୍ସକୁ ବୁଲାଇ ପିଲିଭିତ ସ୍ଥିତ ନ୍ୟୁରୋସିଟି ହସ୍ପିଟାଲକୁ ନେଇ ବିନୀତାଙ୍କୁ ଭର୍ତ୍ତି କରିଥିଲେ। ବର୍ତ୍ତମାନ ସେଠାରେ ତାଙ୍କର ଚିକିତ୍ସା ଚାଲିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29 ° C
    29 °
    29 °
    48 %
    6kmh
    100 %
    Sat
    31 °
    Sun
    35 °
    Mon
    37 °
    Tue
    37 °
    Wed
    39 °

    ସମ୍ବନ୍ଧିତ