Wednesday, July 22, 2026
23.5 C
Odisha

    ରଙ୍ଗ ତିଆରି କାରଖାନାରେ ଭୟଙ୍କର ନିଆଁ, ୫ ମହିଳା ମୃତ, ଅନେକ ଗୁରୁତର

    ଆଗକୁ ପଢନ୍ତୁ

    ହରିୟାଣା : ହରିୟାଣାର ଜିନ୍ଦରେ ହୋଲି ରଙ୍ଗ ଏବଂ ଅବିର ତିଆରି ହେଉଥିବା ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ । ଏହି ଭୟଙ୍କର ଅଗ୍ନିକାଣ୍ଡରେ ୫ ଜଣ ମହିଳାଙ୍କ ଜୀବନ ଚାଲିଯାଇଥିବା ବେଳେ ୨୦ରୁ ଅଧିକ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କ ପାନିପତ ହସପିଟାଲକୁ ରେଫର କରାଯାଇଛି । ତେବେ ଆଗକୁ ମୃତକଙ୍କ ସଂଖ୍ୟା ବଢିପାରେ ବୋଲି କୁହାଯାଇଛି ।

    ଜିନ୍ଦର ସଫିଦୋର ଭାଟ କଲୋନୀରେ ହୋଲି ରଙ୍ଗ ତିଆରି ହେଉଥିବା କାରଖାନାରେ ୩୦ ଜଣ ଶ୍ରମିକ କାମ କରୁଥିଲେ । ହଠାତ୍ ନିଆଁ ଲାଗି ଚାରିଆଡେ ବ୍ୟାପି ଯାଇଥିଲା । ନିଆଁ ଯୋଗୁଁ ଧୂଆଁମୟ ହୋଇଯାଇଥିଲା କାରଖାନା । ତେଣୁ କେହି ବାହାରିପାରିନଥିଲେ । ସ୍ଥାନୀୟ ଲୋକ ଚିତ୍କାର ଶୁଣି ତୁରନ୍ତ ଚିକିତ୍ସା ପାଇଁ ଆସିଥିଲେ । ସେମାନେ ଉଦ୍ଧାର କରି ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଘଟଣାରେ ୫ ଜଣ ମହିଳାଙ୍କ ଜୀବନ ଚାଲିଯାଇଥିବା ବେଳେ ଅନ୍ୟ ୨୦ ଜଣ ଗୁରୁତର ଥିବା ଜଣାପଡିଛି ।

    ତେବେ ନିଆଁ ଲାଗିବାର କାରଣ ସଟ୍ ସର୍କିଟ ହୋଇଥିବା ଜଣାପଡିଛି । ଏହାର ଯାଞ୍ଚ ଚାଲିଛି । ଜିନ୍ଦର ଡିସି ମହମ୍ମଦ ଇମ୍ରାନ ରଜା ଏବଂ ଏସପି କୁଲଦୀପ ସିଂହ ଘଟଣା ସ୍ଥଳରେ ପହଞ୍ଚିଛନ୍ତି । ଅଗ୍ନିଶମ ଟିମ୍ ନିଆଁକୁ ଆୟତ୍ତ କରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.5 ° C
    23.5 °
    23.5 °
    95 %
    2.8kmh
    100 %
    Wed
    25 °
    Thu
    27 °
    Fri
    29 °
    Sat
    30 °
    Sun
    30 °

    ସମ୍ବନ୍ଧିତ