Friday, July 31, 2026
24.2 C
Odisha

    ରଜରେ ଜମିଲା ଆମିଷ ବଜାର, ଦୋକାନରେ ଛାଡ଼ଖାଇର ଭ୍ରମ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଆଜି ସାରା ରାଜ୍ୟରେ ପାଳନ ହେଉଛି ଗଣପର୍ବ ରଜ। ପ୍ରଥମ ପହିଲି ରଜର ଆରମ୍ଭ ରବିବାରରୁ ହୋଇଛି । ରଜ ପାଇଁ ଉତ୍ସବ ମୁଖର ସାରା ରାଜ୍ୟ । ରଜର ମାହୋଲ ଜମିଥିଲାବେଳେ ଆମିଷ ମାର୍କେଟ ଲୋକଙ୍କ ଗହଳି ଲାଗିଛି । ରବିବାରରେ ରଜ ପଡ଼ିଥିବାରୁ ଆମିଷ ବଜାରରେ ଲୋକଙ୍କ ଭିଡ଼ ଜମିଛି । ସକାଳୁ ଆମିଷ ବଜାରରେ ଜଣ ସମୁଦ୍ର ପରିସ୍ଥିତି ଦେଖିବାକୁ ମିଳିଛି । ରଜରେ ଜମିଲା ଆମିଷ ବଜାର। ଆଜି ଆମିଷ ବଜାର ଛାଡ଼ଖାଇର ଭ୍ରମ ସୃଷ୍ଟି କରୁଛି । ଭୁବନେଶ୍ୱର ୪-ନମ୍ବର ଆମିଷ ବଜାରରେ ଖଚାଖଚ ଭିଡ଼ ଦେଖିବାକୁ ମିଳିଛି। ମଟନ, ଚିକେନ୍, ମାଛ, ଚିଙ୍ଗୁଡ଼ି ଓ କଙ୍କଡ଼ା କିଣିବା ପାଇଁ ଲୋକଙ୍କ ଭିଡ଼ ଜମିଛି। ରବିବାର ପହିଲି ରଜ ପଡିଥିବାରୁ ଘରକୁ ଆମିଷ ବୋହି ନେଉଛନ୍ତି ଲୋକ। ଗାଁଠୁ ନେଇ ସହର ଯାଏଁ ସବୁ ଆମିଷ ମାର୍କେଟରେ ଜମୁଛି ବେପାରୀଙ୍କ ବେପାର । ରଜ ଅବସରରେ ଆମିଷ ବାସ୍ନାରେ କମ୍ପୁଛି ସମସ୍ତଙ୍କ ଘର ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24.2 ° C
    24.2 °
    24.2 °
    95 %
    1.8kmh
    96 %
    Fri
    30 °
    Sat
    31 °
    Sun
    31 °
    Mon
    30 °
    Tue
    31 °

    ସମ୍ବନ୍ଧିତ