Thursday, July 9, 2026
25.7 C
Odisha

    ୪ ପରିବାରକୁ ଗାଁରୁ ବାସନ୍ଦ ହୋଇଥିିବା ଅଭିଯୋଗ, ବ୍ୟାରିକେଟ ହଟାଇଲା ପୋଲିସ

    ଆଗକୁ ପଢନ୍ତୁ

    ପୋଲସରା : ଗ୍ରାମ କମିଟି ନିଷ୍ପତ୍ତି ନମାନିବାରୁ ରାସ୍ତାରେ ବ୍ୟାରିକେଡ । ୪ ପରିବାର ଗାଁରୁ ବାସନ୍ଦ ହୋଇଥିିବା ଅଭିଯୋଗ । ପରିବାର ରହୁଥିବା ରାସ୍ତାରେ ବାଡ଼ ବାନ୍ଧି ଯାତାୟତ ବନ୍ଦ କଲେ ଗ୍ରାମବାସୀ। ୩ଦିନ ଧରି ଗୃହବନ୍ଦୀ ରହିଲେ ୪ ପରିବାର । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ବାଲିଛାଇ ଫାଣ୍ଡି ସାମନ୍ତରାପଲ୍ଲୀରୁ ଆସିଛି ଅଭିଯୋଗ । ଜମିଜମା ବିବାଦକୁ କେନ୍ଦ୍ରକରି ଗାଁର ସୂର୍ଯ୍ୟମଣୀ ପ୍ରଧାନଙ୍କ ୪ଭାଇଙ୍କ ପରିବାରକୁ ବାସନ୍ଦ କରାଯାଇଛି ।

    ସୂଚନା ଅନୁସାରେ ଗାଁର କଲ୍ୟାଣ ମଣ୍ଡପ ପାଖରେ ସୂର୍ଯ୍ୟମଣି ପ୍ରଧାନଙ୍କ ଘର ରହିଛି । ସୂର୍ଯ୍ୟମଣୀ କିଛି ସରକାରୀ ଜାଗାରେ ଘର କରିଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ । ଘଟଣାକୁ ନେଇ ରାଜସ୍ବ ବିଭାଗ ପକ୍ଷରୁ ମାପଚୁପ ହୋଇଥିଲା । ଯାହାକୁ ନେଇ ଗ୍ରାମସଭା ମଧ୍ୟ ବସିଥିଲା । ଜମି ବାବଦକୁ ଗ୍ରାମବାସୀମାନେ ସୂର୍ଯ୍ୟମଣି ପ୍ରଧାନଙ୍କୁ ୧ଲକ୍ଷ ୬୦ ହଜାର ଟଙ୍କା ଦାବି କରିଥିଲେ । ଟଙ୍କା ନଦେବାରୁ ଗ୍ରାମବାସୀମାନେ ସୂର୍ଯ୍ୟମଣି ପ୍ରଧାନଙ୍କ ସମେତ ୪ ପରିବାରକୁ ଗାଁରୁ ବାସନ୍ଦ କରିଥିବା ଅଭିଯୋଗ ହୋଇଛି । ଏପରିକି ବାସନ୍ଦ ପରେ ପରିବାର ଲୋକଙ୍କ ଯିବାଆସିବା କରୁଥିବା କଲ୍ୟାଣ ମଣ୍ଡପକୁ ସଂଯୋଗ କରୁଥିବା ରାସ୍ତାକୁ ଲୁହା ଗ୍ରିଲ ବ୍ୟାରିକେଡ ଲଗାଇ ବନ୍ଦ କରି ଦେଇଛନ୍ତି । ଫଳରେ ତିନି ଦିନ ଗୃହବନ୍ଦ ରହିଥିଲେ ପୁରା ପରିବାର । ଏହାସହ ସୂର୍ଯ୍ୟମଣୀଙ୍କ ପରିବାର ଗାଁରେ କରିଥିବା ଦୋକାନକୁ କେହି ଯାଉନଥିବା ବେଳେ ପରିବାର ସଦସ୍ୟ ବହୁ କଷ୍ଟରେ ଜୀବନ ବିତାଉଛନ୍ତି । ଗୃହବନ୍ଦୀର ଭିଡିଓ ଭାଇରାଲ ହେବା ପରେ ପୋଲିସ ପହଂଚି ବ୍ୟାରିକେଡ ହଟାଇଛି।ସେପଟେ ଘଟଣାକୁ ଖଣ୍ଡନ କରିଛନ୍ତି ଗ୍ରାମବାସୀ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.7 ° C
    25.7 °
    25.7 °
    83 %
    1.9kmh
    99 %
    Thu
    29 °
    Fri
    24 °
    Sat
    23 °
    Sun
    25 °
    Mon
    25 °

    ସମ୍ବନ୍ଧିତ