Sunday, October 11, 2026
22.8 C
Odisha

    ‘ରଜ’ ପାଇଁ ସୋମବାର ଖୋଲା ରହିବ ନନ୍ଦନକାନନ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ସୋମବାର (୧୫.୦୬.୨୦୨୬) ଦିନ ଖୋଲା ରହିବ ‘ନନ୍ଦନକାନନ’। ଏଥର ରଜ ପର୍ବ ଉପଲକ୍ଷେ ସୋମବାରରେ ଖୋଲା ରହିବ ‘ନନ୍ଦନକାନନ’ ପ୍ରାଣୀ ଉଦ୍ୟାନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନ। ବାରଙ୍ଗ ସ୍ଥିତ ‘ନନ୍ଦନକାନନ’ ବୁଲିବାକୁ ମୁଖ୍ୟ ପର୍ବ ପର୍ବାଣୀ ରଜ,ଦଶହରା ଆଦି ସମୟରେ ପ୍ରବଳ ଭିଡ ହେଉଥିବା ଦେଖାଯାଏ। ଚଳିତ ବର୍ଷ ‘ରଜ’ ପର୍ବର ୨ୟ ଦିନ ସୋମବାର ପଡୁଛି। ଅନ୍ୟ ଦିନମାନଙ୍କରେ ସୋମବାର ନନ୍ଦନକାନନ ବନ୍ଦ ରହିଥାଏ। ମାତ୍ର ଏବର୍ଷ ‘ରଜ’ର ୨ୟ ଦିନ ସୋମବାର ପଡୁଥିବାରୁ ଏହି ଦିନ ପର୍ଯ୍ୟଟକମାନଙ୍କ ପାଇଁ ନନ୍ଦନକାନନ ଖୋଲା ରହିବ। ଏନେଇ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ମାତ୍ର ତା’ପର ଦିନ ଅର୍ଥାତ୍ ୧୬.୦୬.୨୬ (ମଙ୍ଗଳବାର) ଦିନ ନନ୍ଦନକାନନ ବନ୍ଦ ରହିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.8 ° C
    22.8 °
    22.8 °
    82 %
    0.9kmh
    0 %
    Sat
    22 °
    Sun
    30 °
    Mon
    29 °
    Tue
    30 °
    Wed
    30 °

    ସମ୍ବନ୍ଧିତ