Thursday, June 11, 2026
32 C
Odisha

    ପାକ୍ ସେନାର Mi-17 ହେଲିକପ୍ଟର କ୍ରାସ୍, ସମସ୍ତ ସୈନିକ ମୃତ

    ଆଗକୁ ପଢନ୍ତୁ

    ପାକିସ୍ତାନ : ପାକିସ୍ତାନ ଆର୍ମି ଏଭିଏସନର ଏମଆଇ-୧୭ ହେଲିକପ୍ଟର କ୍ରାସ । ଏଥିରେ ଥିବା ସମସ୍ତ ଲୋକଙ୍କ ମୃତ୍ୟୁ ହୋଇଛି । ରେସକ୍ୟୁ ଟିମ୍ ଘଟଣା ସ୍ଥଳରେ ପହଞ୍ଚିଛି । ହେଲିକପ୍ଟରଟି ଉଡ଼ାଣ ଭରିଥିବା ସମୟରେ ଦୁର୍ଘଟଣାର ଶିକାର ହୋଇଛି ।

    ଖବର ମୁତାବକ, ପାକିସ୍ତାନ ଆର୍ମି ଏଭିଏସନର ଏକ ଏମଆଇ-୧୭ ହେଲିକପ୍ଟର ବୈଷୟିକ ତ୍ରୁଟି ଯୋଗୁଁ ମୁଜ୍ଜାଫରାବାଦରୁ ଉଡ଼ାଣ ଭରୁଥିବା ସମୟରେ ଦୁର୍ଘଟଣାର ଶିକାର ହୋଇଛି । ଏଥିରେ ଥିବା ସମସ୍ତ ଲୋକଙ୍କ ମୃତ୍ୟୁ ହୋଇଛି ।

    ସେନା ପକ୍ଷରୁ ବୟାନ ଜାରି କରି କୁହାଯାଇଛି କି, ହେଲିକପ୍ଟର କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଦୁର୍ଘଟଣାର ଶିକାର ହୋଇଛି । ଦୁର୍ଘଟଣା ପରେ ରେସକ୍ୟୁ ଟିମ୍ ଏବଂ ରିକଭରୀ ଟିମ୍ ଦୁର୍ଘଟଣା ସ୍ଥଳରେ ପହଞ୍ଚିଛି । ତେବେ ମୃତକଙ୍କ ସଂଖ୍ୟା ଏଯାଏଁ ଜଣାପଡିନାହିଁ ।

    ଘଟଣା ପିଓକେର ନୀଲମ ଭ୍ୟାଲିରେ ହୋଇଛି । ଏଥିରେ ଥିବା ସମସ୍ତ ସୈନିକଙ୍କ ଜୀବନ ଚାଲିଯାଇଛି । ତେବେ କେତେ ସୈନିକ ଥିଲେ, ତାହା ଜଣାପଡିନାହିଁ । ପିଓକେର ପ୍ରଦର୍ଶନକାରୀଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ପାକିସ୍ତାନ ସେନା ହେଲିକପ୍ଟର ନିୟୋଜିତ ରହିଛି । କୁହାଯାଉଛି ଯେ, ହେଲିକପ୍ଟରରେ ପାଲଇଟଙ୍କ ସମେତ ୨୦ ସୈନିକ ଥିଲେ । ଦୁଇଦିନ ପୂର୍ବେ ବଲୁଚସ୍ତାନରେ ଏକ ପାକିସ୍ତାନୀ ସେନା ହେଲିକପ୍ଟର ଖସିପଡିଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    32 ° C
    32 °
    32 °
    44 %
    1.6kmh
    71 %
    Wed
    32 °
    Thu
    43 °
    Fri
    40 °
    Sat
    41 °
    Sun
    41 °

    ସମ୍ବନ୍ଧିତ