Friday, October 2, 2026
29.9 C
Odisha

    ରତ୍ନଭଣ୍ଡାର ଗଣତି ମଣତି ପୂର୍ବରୁ ସମୀକ୍ଷା ବୈଠକ, ଆସନ୍ତା ୨୫ ତାରିଖରୁ ଆରମ୍ଭ ହେବ ଗଣତି ମଣତି କାର୍ଯ୍ୟ

    ଆଗକୁ ପଢନ୍ତୁ

    ପୁରୀ : ରତ୍ନଭଣ୍ଡାର ଗଣତି ମଣତି ପୂର୍ବରୁ ସମୀକ୍ଷା ବୈଠକ । ଆସନ୍ତା ୨୫ତାରିଖରୁ ରତ୍ନଭଣ୍ଡାର ରତ୍ନ ଅଳଙ୍କାର ଗଣତି ମଣତି କାର୍ଯ୍ୟ ଆରମ୍ଭ ହେବ। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଆଜି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଇନମନ୍ତ୍ରୀ କହିଛନ୍ତି, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ । ୪୬ ବର୍ଷ ଧରି ରତ୍ନ ଅଳଙ୍କାର ଗଣତି ମଣତି ହୋଇନଥିଲା। ଦୀର୍ଘ ବର୍ଷ ପରେ ଶୁଭ ମୁହୂର୍ତ୍ତ ଆସିଛି ।

    ସମସ୍ତ ଜଗନ୍ନାଥ ପ୍ରେମୀଙ୍କ ଭାବାବେଗ ସହ ଜଡ଼ିତ ରହିଛି ଶ୍ରୀମନ୍ଦିର । ରତ୍ନ ଅଳଙ୍କାରର ଗଣତି ମଣତି ପାଇଁ ପ୍ରାକ୍ ପ୍ରସ୍ତୁତି କରାଯାଉଥିବା ଯୋଗୁଁ ସମୟ ଲାଗିଥିଲା । ତେବେ ରତ୍ନ ଅଳଙ୍କାରର ଗଣତି ମଣତିର ପ୍ରତିଟି କାର୍ଯ୍ୟ ସୁରୁଖୁରୁରେ କରାଯିବ । ଏଥିପାଇଁ ବିଶେଷଜ୍ଞ ଟିମ୍ ନିୟୋଜିତ ହୋଇଛନ୍ତି। ସମସ୍ତ କାର୍ଯ୍ୟର ଫଟୋଗ୍ରାଫି କରାଯିବ । ଠାକୁରଙ୍କ ନୀତି କାନ୍ତି ଓ ଭକ୍ତଙ୍କ ଦର୍ଶନ ଯେଭଳି ପ୍ରଭାବିତ ନହେବ ସେନେଇ ଗୁରୁତ୍ବ ଦିଆଯାଇଛି । ଗଣତି ମଣତି କାର୍ଯ୍ୟ କେବେ ସରିବ ତାହା କହିହେବ ନାହିଁ । ନିର୍ଦ୍ଧିଷ୍ଟ ସମୟ କହିବା ଠିକ୍ ହେବ ନାହିଁ।

    ଯେଉଁମାନେ ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟରେ ରହିବେ SOPକୁ ସମସ୍ତେ ଅନୁପାଳନ କରିବେ। ୧୯୭୮ ମସିହା ତାଲିକା ଅନୁସାରେ ଗଣତି କରାଯିବ। ଦୁର୍ମୁଲ୍ୟ ରତ୍ନ ଥିବାରୁ ଜେମୋଲୋଜିଷ୍ଟ ଦୁଇଜଣଙ୍କୁ ରଖାଯାଇଛି ଟିମରେ। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ରତ୍ନ ଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ, ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ, ପୁରୀ ଜିଲ୍ଲାପାଳ, ଏସପିଙ୍କ ସହ ପ୍ରାଧିକୃତ ସେବାୟତ ଉପସ୍ଥିତ ଥିଲେ। ଏଥିସହ ଜେମୋଲୋଜିଷ୍ଟ, ଆରବିଆଇ ଅଧିକାରୀ ମଧ୍ୟ ସମୀକ୍ଷା ବୈଠକରେ ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    29.9 ° C
    29.9 °
    29.9 °
    59 %
    1.3kmh
    49 %
    Fri
    30 °
    Sat
    30 °
    Sun
    30 °
    Mon
    30 °
    Tue
    31 °

    ସମ୍ବନ୍ଧିତ